ଦିଲ୍ଲୀରୁ ଉଡାଣ ଭରିଲା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ବିମାନ

ନୂଆଦିଲ୍ଲୀ/ଓଟାଓ୍ବା,୧୨।୯: କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ବିମାନ ଦୁଇ ଦିନ ଧରି ରହିବା ପରେ ଦିଲ୍ଲୀରୁ ଉଡାଣ ଭରିଛି। ବିମାନକୁ ଉଡାଣ ପାଇଁ ଅନୁମତି ଦିଆଯାଇଥିବା ମଙ୍ଗଳବାର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ବିମାନର ତ୍ରୁଟି ଯୋଗୁଁ ପ୍ରଧାନମନ୍ତ୍ରୀ ଜଷ୍ଟିନ ୨ ଦିନ ଧରି ଦିଲ୍ଲୀରେ ଅଟକି ରହିଥିଲେ। ତେବେ ବୈଷୟିକ ତ୍ରୁଟି ସୁଧାର ହେବା ପରେ ବିମାନ ଉଡାଣ ଭରିଥିବା ଏକ ବିବୃତ୍ତିରେ କୁହାଯାଇଛି।

ସେପ୍ଟେମ୍ବର ୧୦ରେ ଶେଷ ହୋଇଥିବା ଜି -୨୦ ଶିଖର ସମ୍ମିଳନୀ ପରେ ଟ୍ରୁଡୋ ଏବଂ ତାଙ୍କ ପ୍ରତିନିଧୀ ଦିଲ୍ଲୀରୁ ବାହାରୁଥିଲେ, କିନ୍ତୁ ବିମାନରେ ଯାନ୍ତ୍ରିକ ତ୍ରୁଟି ହେତୁ ଏଠାରେ ଅଟକି ଯାଇଥିଲେ। ସେ ଭାରତ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜି -୨୦ଶିଖର ସମ୍ମିଳନୀରେ ଭାଗ ନେବାକୁ ସେପ୍ଟେମ୍ବର ୮ରେ ଦିଲ୍ଲୀରେ ପହଞ୍ଚିଥିଲେ।

Share