ଭାରତ ସହ ତୁତୁମେମେ ଭିତରେ କାନାଡା ପ୍ରଧାନମନ୍ତ୍ରୀଙ୍କୁ ଝଟକା, ପ୍ରଧାନମନ୍ତ୍ରୀ ରେସରେ ପଛରେ ଟ୍ରୁଡୋ

ଓଟାଓ୍ବା,୨୨।୯: ଖାଲିସ୍ତାନ ପ୍ରସଙ୍ଗରେ ଭାରତ ଏବଂ କାନାଡା ମଧ୍ୟରେ ବିବାଦ ବଢିବାରେ ଲାଗିଛି। ଖାଲିସ୍ତାନୀ ନେତାଙ୍କ ହତ୍ୟାକୁ ନେଇ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ବୟାନ ପରେ ଦୁଇ ଦେଶ ମଧ୍ୟରେ ବିବାଦ ଲାଗି ରହିଥିଲା। ବର୍ତ୍ତମାନ କାନାଡା ପ୍ରଧାନମନ୍ତ୍ରୀଙ୍କ ପାଇଁ ଏକ ନୂଆ ସମସ୍ୟା ଦେଖାଦେଇଛି।

କାନାଡାରେ ବଢୁଥିବା ଗୁଳି ବିନିମୟ ଏବଂ ବିରୋଧ ପରେ କରାଯାଇଥିବା ଏକ ସର୍ଭେ ଟ୍ରୁଡୋଙ୍କୁ ଚକିତ କରିଛି।
କାନାଡାର ଗ୍ଲୋବାଲ ନ୍ୟୁଜ ପାଇଁ ଆଇବିଏସଓ ଦ୍ୱାରା କରାଯାଇଥିବା ଏକ ସର୍ଭେରୁ ଜଣାପଡିଛି ଯେ ବିରୋଧୀ କଞ୍ଜରଭେଟିଭ ପାର୍ଟି ନେତା ପିଆର ପୋଏଲିଭେରେ ହେଉଛନ୍ତି ପ୍ରଧାନମନ୍ତ୍ରୀ। ୪୦ ପ୍ରତିଶତ କାନାଡିୟ ନାଗରିକ ପିଆରଙ୍କୁ ପ୍ରଧାନମନ୍ତ୍ରୀ ଭାବରେ ପସନ୍ଦ କରୁଥିବାବେଳେ ବର୍ତ୍ତମାନର ଜଷ୍ଟିନ ଟ୍ରୁଡୋ ତାଙ୍କ ପଛରେ ଅଛନ୍ତି।

Share