ଚଳିତ ସପ୍ତାହରେ କ୍ୟାବିନେଟରେ ଅଦଳ ବଦଳ କରିପାରନ୍ତି କାନାଡା ପ୍ରଧାନମନ୍ତ୍ରୀ ଟ୍ରୁଡୋ

ଓଟାଓ୍ବା,୨୫।୭: କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଚଳିତ ସପ୍ତାହରେ ତାଙ୍କ ମନ୍ତ୍ରିମଣ୍ଡଳରେ ଅଦଳବଦଳ କରିବାର ଯୋଜନା କରିପାରନ୍ତି। ଦୁଇଟି ସରକାରୀ ସୂତ୍ରରୁ ଏହି ସୂଚନା ମିଳିଛି। କ୍ୟାବିନେଟ ଅଦଳବଦଳରେ ସମ୍ଭବତଃ ସେହି ମନ୍ତ୍ରୀମାନଙ୍କୁ ହଟାଇଦିଆଯାଇପାରେ ଯେଉଁମାନେ ଆଗାମୀ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବାକୁ କୌଣସି ଯୋଜନା କରି ନାହାନ୍ତି।

୨୦୧୫ରେ କ୍ଷମତା ଗ୍ରହଣ କରିବା ପରଠାରୁ ଟ୍ରୁଡୋ ପର୍ଯ୍ୟାୟକ୍ରମେ ତାଙ୍କ କ୍ୟାବିନେଟରେ ଅଦଳବଦଳ କରିଛନ୍ତି। ବୁଧବାର ଏହି ଅଦଳବଦଳ ହେବାର ସମ୍ଭାବନା ରହିଛି ବୋଲି କାନାଡିୟନ ବ୍ରୋଡକାଷ୍ଟ କର୍ପୋରେସନ କହିଛି। ସୂଚନାଯୋଗ୍ୟ, କାନାଡାରେ ପରବର୍ତ୍ତୀ ନିର୍ବାଚନ ପୂର୍ବରୁ ଟ୍ରୁଡୋଙ୍କ ଦଳ ବଦଳାଇବାର ଏହା ଶେଷ ସୁଯୋଗ ହୋଇପାରେ।

Share