ପ୍ୟାକେଟ୍‌ର ପ୍ରତ୍ୟେକ ସିଗାରେଟ୍‌ରେ ରହିବ ଓ୍ବାର୍ଣ୍ଣିଂ ଚେତାବନୀ

ଟୋରୋଣ୍ଟୋ(କାନାଡ଼ା): ତମାଖୁ, ସିଗାରେଟ, ଖଇନି ଆଦି ସେବନ କରିବା ଦ୍ୱାରା ଯକ୍ଷ୍ମା, କର୍କଟ ଭଳି ମାରାତ୍ମକ ରୋଗ ହୋଇଥାଏ। ଏନେଇ ଲୋକଙ୍କୁ ସଚେତନ କରିବା ପାଇଁ ତମାଖୁ, ସିଗାରେଟ ଆଦି ପ୍ୟାକେଟ୍‌ରେ ଚେତାବନୀମୂଳକ ଚିତ୍ର କିମ୍ବା ଓ୍ବାର୍ଣ୍ଣିଂ ଲେଖାଯାଇଥାଏ। ତେବେ ଏହାଦ୍ୱାରା ଲୋକେ ସଚେତନ ହେଉ ନ ଥିବା ଜାଣି କାନାଡା ସ୍ବାସ୍ଥ୍ୟ ବିଭାଗ ଏ ନେଇ ଏକ ଐତିହାସିକ ପଦକ୍ଷେପ ନେବାକୁ ଯାଉଛି। ଏଣିକି ସିଗାରେଟ୍‌ ପ୍ୟାକେଟରେ ନୁହେଁ ବରଂ ପ୍ରତ୍ୟେକ ସିଗାରେଟରେ ଓ୍ବାର୍ଣ୍ଣିଂ ଲେଖିବା ନେଇ ନିଷ୍ପତ୍ତି ନେଇଛି। ଏହାଦ୍ୱାରା ଲୋକେ ଅଧିକ ସଚେତନ ହେବେ ବୋଲି କୁହାଯାଉଛି। ପ୍ୟାକେଟ୍‌ରେ ଛପାଯାଉଥିବା ସଚେତନତାମୂଳକ ମେସେଜ୍‌ର ମହତ୍ତ୍ୱ କମିଯିବା ଫଳରେ ସରକାରଙ୍କ ପକ୍ଷରୁ ଏ ପ୍ରକାର ପଦକ୍ଷେପ ନିଆଯାଇଥିବା କାନାଡା ସ୍ବାସ୍ଥ୍ୟମନ୍ତ୍ରୀ କରୋଲିନ ବେନେଟ୍ଟ କହିଛନ୍ତି।

Share