କାନାଡାର ୩ହିନ୍ଦୁ ମନ୍ଦିରରେ ଭଙ୍ଗାରୁଜା

ଅଟାଓ୍ବା,୧୩।୧୦: କାନାଡାର ଅନଟାରିଓ ପ୍ରଦେଶରେ ତିନୋଟି ହିନ୍ଦୁ ମନ୍ଦିରରେ ଭଙ୍ଗାରୁଜା ହୋଇଛି। ଚୋରମାନେ ଦାନ ବାକ୍ସ ଭାଙ୍ଗି ବିପୁଳ ପରିମାଣର ନଗଦ ଟଙ୍କା ନେଇ ଯାଇଛନ୍ତି।
ଗୋଟିଏ ରାତିରେ ତିନୋଟି ମନ୍ଦିରରେ ଚୋରି ହେବାର ସମ୍ବେଦନଶୀଳ ମାମଲାରେ, କାନାଡିୟ ପୋଲିସ ନାଗରିକଙ୍କୁ ସତର୍କ କରିବା ସହ ଚୋରଙ୍କୁ ଖୋଜିବା ପାଇଁ ପୁରସ୍କାର ରାଶି ଘୋଷଣା କରିଛି। ପୋଲିସ ୨ହଜାର କାନାଡିୟ ଡଲାର (ପ୍ରାୟ ୧.୨୨ ଲକ୍ଷ ଟଙ୍କା) ପୁରସ୍କାର ରାଶି ଘୋଷଣା କରିଛି।

Share