ଅନ୍ତର୍ଜାତୀୟ ଛାତ୍ରସଂଖ୍ୟା ହ୍ରାସ କରିବ କାନାଡ଼ା, ପ୍ରଭାବିତ ହେବେ ଲକ୍ଷାଧିକ ଭାରତୀୟ ଛାତ୍ର

ଅଟଓ୍ବା,୨୦ା୧: ଉଚ୍ଚଶିକ୍ଷା ପାଇଁ ଏଠାକୁ ଆସୁଥିବା ଅନ୍ତର୍ଜାତୀୟ ଛାତ୍ରଙ୍କ ସଂଖ୍ୟା ହ୍ରାସ କରିବାକୁ କାନାଡ଼ା ପ୍ରସ୍ତୁତ ହେଉଛି। ଏହି ବର୍ଷଠାରୁ ଅଧ୍ୟୟନ ଭିଜା ହ୍ରାସ ହେବାର ସମ୍ଭାବନା ଅଛି। ଏହା ଭାରତୀୟ ଛାତ୍ରମାନଙ୍କ ଉପରେ ଅଧିକ ପ୍ରଭାବ ପକାଇବ।
କାନାଡାରେ ୩,୪୦,୦୦୦ରୁ ଅଧିକ ଭାରତୀୟ ଛାତ୍ର ଅଛନ୍ତି। ଏହି ସମୟରେ, କାନାଡ଼ାର ଅନ୍ତର୍ଜାତୀୟ ଛାତ୍ରଙ୍କ ସଂଖ୍ୟା ୧ ଲକ୍ଷରୁ ଅଧିକ ହୋଇଛି। କରୋନା ମହାମାରୀ ପରେ କାନାଡା ୨୦୨୩ରେ ଏକ ରେକର୍ଡ ୫,୭୯,୦୭୫ ଅଧ୍ୟୟନ ଭିଜା ଜାରି କରିଥିଲା।

ଫଳସ୍ବରୂପ ୨୦୨୧ରେ ୬,୧୭,୨୫୦ରୁ ଡିସେମ୍ବର ୨୦୨୩ ସୁଦ୍ଧା ଏକ ମିଲିୟନରୁ ଅଧିକ ହୋଇ ଅନ୍ତର୍ଜାତୀୟ ଛାତ୍ର ସଂଖ୍ୟା ବୃଦ୍ଧି ପାଇଲା। ଏହି କାରଣରୁ ଦେଶରେ ଗୃହ ସମସ୍ୟା ଉପୁଜିଛି। ଏଥିପାଇଁ ସରକାର ସମାଲୋଚନାର ସମ୍ମୁଖୀନ ହେଉଛନ୍ତି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, କାନାଡା ସରକାର ଅଧ୍ୟୟନ ଭିଜା କାଟିବାକୁ ଯୋଜନା କରୁଛନ୍ତି।

ତେବେ ଅନ୍ତର୍ଜାତୀୟ ଛାତ୍ରମାନଙ୍କୁ ଦିଆଯାଇଥିବା ଭିଜା ସଂଖ୍ୟାକୁ କ୍ୟାପ୍‌ କରିବାକୁ ଏବଂ ପ୍ରତ୍ୟେକ ପ୍ରଦେଶକୁ ଏକ ନିର୍ଦ୍ଦିଷ୍ଟ କୋଟା ଆବଣ୍ଟନ କରିବାକୁ କେନ୍ଦ୍ର ସରକାର ଯୋଜନା କରିଛନ୍ତି। ତେବେ ଚଳିତ ବର୍ଷ ଭାରତୀୟ ଛାତ୍ରମାନଙ୍କ ପାଇଁ ଅଧ୍ୟୟନ ଭିଜା କ୍ଷେତ୍ରରେ ୮୦ ପ୍ରତିଶତରୁ ଅଧିକ ହ୍ରାସ ଘଟିଛି।

Share