ଭାରତ-କାନାଡା ବିବାଦ: ବ୍ୟକ୍ତିଗତ ଆଲୋଚନା କରି ବିବାଦର ସମାଧାନ ଚାହୁଁଛି କାନାଡା

ଅଟାଓ୍ବା,୪।୧୦: ଭାରତ ଏବଂ କାନାଡା ମଧ୍ୟରେ ଚାଲିଥିବା କୂଟନୈତିକ ବିବାଦ ଚରମ ସୀମାରେ ପହଞ୍ଚିଛି। ମଙ୍ଗଳବାର ଭାରତ ନିଜର ୪୧ଜଣ କୂଟନୀତଜ୍ଞଙ୍କୁ କାନାଡା ଛାଡିବାକୁ ନିର୍ଦ୍ଦେଶ ଦେଇଛି। ତେବେ ଏତେସବୁ ବିବାଦ ଭିତରେ କାନାଡା ଭାରତ ପ୍ରତି ନରମ ସ୍ବଭାବ ଆପଣାଉଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ୍‌ ସିଂ ନିଜ୍ଜରଙ୍କ ହତ୍ୟାକୁ ନେଇ ଦୁଇ ଦେଶ ମଧ୍ୟରେ ଚାଲିଥିବା ବିବାଦକୁ ସମ୍ପୂର୍ଣ୍ଣ ରୂପେ ଶେଷ କରିବାକୁ କାନାଡା ଚାହୁଁଛି।
ଏନେଇ କାନାଡାର ବୈଦେଶିକ ମନ୍ତ୍ରୀ ମେଲାନି ଜୋଲି କହିଛନ୍ତି, ତାଙ୍କ ଦେଶ ଏହି କୂଟନୈତିକ ବିବାଦର ସମାଧାନ ପାଇଁ ଭାରତ ସହ ବ୍ୟକ୍ତିଗତ ଭାବେ ଆଲୋଚନା କରିବାକୁ ଚାହୁଁଛି।

ବୈଦେଶିକ ମନ୍ତ୍ରୀ ଜୋଲି କହିଛନ୍ତ, ଆମେ ଭାରତ ସରକାରଙ୍କ ସହ ଯୋଗାଯୋଗରେ ଅଛୁ। କାନାଡିୟ କୂଟନୀତିଜ୍ଞଙ୍କ ସୁରକ୍ଷାକୁ ଅତି ଗୁରୁତର ସହ ନେଇଛୁ ଏବଂ ଆମେ ବ୍ୟକ୍ତିଗତ ଭାବରେ ଭାରତ ସହ ଆଲୋଚନା କରିବୁ ବୋଲି ସେ କହିଛନ୍ତି।

Share