କାନାଡା ଓ୍ବାଇଲ୍ଡ ଫାୟାର: ଦେଶର ଅନେକ ସହରକୁ ବ୍ୟାପିପାରେ ନିଆଁ

ଅଟଓ୍ବା,୧୧।୬: କାନାଡାର ଜଙ୍ଗଲରେ ନିଆଁ ଏବେ ଧୀରେ ଧୀରେ ବିକଟାଳ ରୂପ ନେବାରେ ଲାଗିଛି। ନିଆଁ ଏବେ ୟୁରୋପୀୟ ଦେଶ ନରଓ୍ବେରେ ପହଞ୍ଚିଛି। ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି। କାନାଡର ପ୍ରାଦେଶିକ ମନ୍ତ୍ରୀ କହିଛନ୍ତି, ଗ୍ରୀଷ୍ମ ଋତୁରେ ଏହି ଅଗ୍ନିକାଣ୍ଡ ଲାଗିି ରହିପାରେ ବୋଲି ଆଶଙ୍କା କରାଯାଉଛି।

ବର୍ଷ ଆରମ୍ଭରୁ ପ୍ରାୟ ୧୭,୮୦୦ବର୍ଗ ମାଇଲ ଜଙ୍ଗଲ ଜଳି ଯାଇଛି। ନିଆଁ ଲାଗିବା କାରଣରୁ କାନାଡ ଜଳବାୟୁ ପ୍ରଦୁଷିତ ହୋଇଯାଇଛି। ଏଥିଯୋଗୁ ବିଶ୍ୱର ଅନ୍ୟ ଦେଶମାନଙ୍କରେ ପ୍ରବଳ ଗରମ ଅନୁଭୂତ ହେଉଛି। ଏହାଯୋଗୁ ଦେଶର ପଶ୍ଚିମ ଅଞ୍ଚଳ ବିଶେଷ ଭାବରେ ପ୍ରଭାବିତ ହୋଇଛି।

ଦେଶର ପୂର୍ବାଞ୍ଚଳର କ୍ୟୁବେକ୍‌ ସୁରକ୍ଷା ମନ୍ତ୍ରୀ ଫ୍ରାଙ୍କୋଇସ ବୋନାର୍ଡେଲ କହିଛନ୍ତି, ଏହି ଅଞ୍ଚଳର ମଧ୍ୟ ଏବଂ ଉତ୍ତର-ପଶ୍ଚିମ ଭାଗରେ ନିଆଁ ଲାଗିବା ଯୋଗୁ ପରିସ୍ଥିତି ଗମ୍ଭୀର ରହିଛି। ଅନେକ ସହର ନିଆଁ ବ୍ୟାପିପାରେ ବୋଲି ଆଶଙ୍କା କରାଯାଉଛି।

 

Share