ନିଆଁରୁ ବଞ୍ଚିବା ପାଇଁ କରୁଛନ୍ତି ସଂଘର୍ଷ, ଏହି ଅଞ୍ଚଳର ଅଧା ଲୋକ ବିସ୍ଥାପିତ

ଓଟାଓ୍ବା,୧୯।୮: କାନାଡାରେ ବଢୁଥିବା ଜଙ୍ଗଲ ନିଆଁ କାରଣରୁ କେଲୋନା ଏବଂ ୟେଲୋନାଇଫର ବାସିନ୍ଦା ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି। ୟେଲୋନାଇଫର ଉପକଣ୍ଠ ଅଞ୍ଚଳରେ ଜଙ୍ଗଲ ନିଆଁ କାରଣରୁ ଏହାକୁ ଖାଲି କରିବାକୁ ସରକାରୀ ସମୟସୀମା ଶେଷ ହୋଇସାରିଛି, କିନ୍ତୁ ବାସିନ୍ଦାମାନେ ଆକାଶ ଏବଂ ସଡ଼କ ମାର୍ଗ ଦେଇ ବାହାରକୁ ଯିବାକୁ ସଂଘର୍ଷ କରୁଛନ୍ତି।

ସୂଚନାଯୋଗ୍ୟ, ଦେଶର ଭୟଙ୍କର ଅଗ୍ନିକାଣ୍ଡ ଯୋଗୁ ପ୍ରାୟ ୨୨,୦୦୦ ଲୋକ ଅର୍ଥାତ୍‌ କାନାଡାର ଉତ୍ତର-ପଶ୍ଚିମ ଅଞ୍ଚଳର ପ୍ରାୟ ଅଧା ଲୋକ ବିସ୍ଥାପିତ ହୋଇଛନ୍ତି। ପଶ୍ଚିମରେ ଏକ ଅଲଗା ଅଗ୍ନିକାଣ୍ଡ ଘଟିଥିବାରୁ କେଲୋନା ଏବଂ ବ୍ରିଟିଶ କଲମ୍ବିଆ ବିପଦ ବଢୁଛି। ଏଠାରେ ୨୪ ଘଣ୍ଟା ମଧ୍ୟରେ ନିଆଁ ଶହେ ଗୁଣ ବୃଦ୍ଧି ପାଇଛି ।

Share