Categories: ଖେଳ

୧୦୯ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଡେଭିସ କପ୍‌ ହାତେଇଲା କାନାଡା, ୨୮ ଥର ଚାମ୍ପିୟନ ହୋଇଥିବା ଅଷ୍ଟ୍ରେଲିଆ ହାରିଲା…

ଅଟଓ୍ବା,୨୮।୧୧ : ପ୍ରଥମ ଥର ପାଇଁ କାନାଡା ଡେଭିସ କପ ଟେନିସ ଟାଇଟଲ ଜିତିଛି। ୧୦୯ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ କାନାଡା ଡେଭିସ କପରେ ପ୍ରତିଦ୍ୱନ୍ଦ୍ୱିତା କରି ଫାଇନାଲରେ ୨୮ ଥର ଚାମ୍ପିୟନ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ଦ୍ୱିତୀୟ ନମ୍ବରରେ ଅଷ୍ଟ୍ରେଲିଆର ଆଲେକ୍ସ ଡି ମିନାଉରଙ୍କୁ ୬-୩-୬-୪ରେ ପରାସ୍ତ କରି ଟିମକୁ ୨-୦ ଅଗ୍ରଣୀ ଦେଇଛନ୍ତି।

ଫେଲିକ୍ସ ୧୬ ବିଜୟୀ ସଟ୍‌ ମାରିଥିଲେ। ଆଲେକ୍ସ ମାତ୍ର ପାଞ୍ଚଟି ହିଟ କରିଥିଲେ। ଏହାପୂର୍ବରୁ ଡେନିସ ଶାପୋଭାଲୋଭ ଥାନାସୀ କୋକାନାକିସଙ୍କୁ ୬-୨, ୬-୪ରେ ପରାସ୍ତ କରିଥିଲେ। ୨୦୧୯ ରେ କାନାଡା ଫାଇନାଲରେ ପ୍ରବେଶ କରିଥିଲା। ସେମାନେ ରାଫେଲ ନାଡାଲଙ୍କ ସ୍ପେନ ଦଳକୁ ହରାଇଥିଲେ। ଶାପୋଭାଲୋଭ ଏବଂ ଫେଲିକ୍ସ ମଧ୍ୟ କାନାଡାକ୨୦୧୫ରେ ଜୁନିୟର ଡେଭିସ କପ ଜିତିବାରେ ସାହାଯ୍ୟ କରିଥିଲେ।

Share