କାନାଡା: ଭାରତୀୟ ଦୂତାବାସ ସାମ୍ନାରେ ଖଲିସ୍ତାନୀ ସମର୍ଥକଙ୍କ ଫ୍ରିଡମ ରାଲି ଘୋଷଣା, ମନ୍ତ୍ରୀ କହିଲେ ଗ୍ରହଣୀୟ ନୁହେଁ

ଓଟାଓ୍ବା,୪।୭: କନାଡାରେ ଖଲିସ୍ତାନୀ ସମର୍ଥକଙ୍କ ଭାରତ ବିରୋଧି କାର୍ଯ୍ୟକଳାପ ଥମିବାର ଦେଖାଯାଉନାହିଁ। କାନାଡାରେ ପୁଣିଥରେ ଏମିତି ସବୁ ବୋଷ୍ଟ ଦେଖିବାକୁ ମିଳିଛି, ଯେଉଁଥିରେ ଲେଖାଯାଇଛି, ‘କିଲ ଇଣ୍ଡିଆ’।ଏହା ବ୍ୟତୀତ ଏହି ପୋଷ୍ଟରରେ ଭାରତୀୟ ହାଇ କମିଶନର ସଞ୍ଜୟ କୁମାର ବର୍ମା ଓଟରଣ୍ଟୋରେ ଥିବା ଭାରତର କନସୁଲ ଜେନରାଲ ଅପୂର୍ବା ଶ୍ରୀବାସ୍ତବ ଏହି ପୋଷ୍ଟରରେ ଖଲିସ୍ତାନୀ ନେତା ହରଦିପ ସିଂ ନିଜ୍ଜରଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି।
ପୋଷ୍ଟରରେ ବହୁ ଆପତ୍ତିଜନକ କଥା ବି ଲେଖାଯାଇଛି। ଏହା ବ୍ୟତୀତ ଖଲିସ୍ତାନ ସମର୍ଥକ ସଙ୍ଗଠନ ଓଟାଓ୍ବା ସ୍ଥିତ ଭାରତୀୟ ହାଇ କମିଶନରର ସମକ୍ଷ ୮ ଜୁଲାଇ, ୨୦୨୩ରେ ଖଲିସ୍ତାନ ଫ୍ରିଡମ ରାଲି ବାହାର କରିବାକୁ ଘୋଷଣା କରିଛି। ଏହାକୁ ନେଇ ଖଲିସ୍ତାନୀ ସମର୍ଥକ ପୋଷ୍ଟର ଜାରି କରିଛନ୍ତି।

Share