ଖଲିସ୍ତାନୀ ଉଗ୍ରପନ୍ଥୀ ଭାଙ୍ଗିଦେଲେ ହିନ୍ଦୁ ମନ୍ଦିର: ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିକଲା ଭାରତ

ଟରଣ୍ଟୋ,୧୬।୯: କାନାଡ଼ାର ଖଲିସ୍ତାନୀ ଉଗ୍ରପନ୍ଥୀମାନେ ଟରଣ୍ଟୋରେ ଥିବା ବିଏପିଏସ୍‌ ସ୍ବାମୀନାରାୟଣନ ମନ୍ଦିରକୁ ଭାଙ୍ଗି ବିକୃତ କରିଦେଇଛନ୍ତି। ଭାରତ ବିରୋଧୀ ଘୃଣିତ ଅପରାଧକୁ ସେଠାରେ ଥିବା ଭାରତୀୟ ମିଶନ ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଛି। ଏପରିକି ଅପରାଧୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଭାରତୀୟ ଉଚ୍ଚାୟୁକ୍ତ ପକ୍ଷରୁ କାନାଡ଼ା କର୍ତ୍ତୃପକ୍ଷଙ୍କ ନିକଟରେ ଦାବି କରାଯାଇଛି। ଏହି ଘଟଣାକୁ କାନାଡା ଏମ୍‌ପି ଚନ୍ଦ୍ର ଆର୍ଯ୍ୟ ମଧ୍ୟ ନିନ୍ଦା କରିଛନ୍ତି। ପୂର୍ବରୁ ମଧ୍ୟ କାନାଡାରେ ଥିବା ହିନ୍ଦୁ ମନ୍ଦିରଗୁଡ଼ିକ ଏକାଧିକ ଥର ଆକ୍ରମଣ କରାଯାଇଛି।

Share