ଭାରତର ଆକ୍ସନ ପରେ ହୋସକୁ ଆସିଲା କାନାଡା, ହିନ୍ଦୁଙ୍କୁ ଧମକ ମାମଲାରେ ପନ୍ନୁଙ୍କୁ ଚେତବାନୀ ଦେଲେ କାନାଡା ମନ୍ତ୍ରୀ

ଓଟାଓ୍ବା,୨୨।୯: ଭାରତ ଓ କାନାଡାର ସମ୍ପର୍କ ମଧ୍ୟରେ ସବୁବେଳେ ତିକ୍ତତା ଦେଖିବାକୁ ମିଳୁଛି। ଏହି ତିକ୍ତତା ଖଲିସ୍ତାନ ଚରମପନ୍ଥୀ ହରଦିପ ସିଂ ନିଜ୍ଜରଙ୍କ ହତ୍ୟା ପରେ ବଢି ଯାଇଛି। ଇତିମଧ୍ୟରେ ହିନ୍ଦୁଙ୍କୁ ଧମକ ଦିଆଯାଉଥିବା ଏକ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ସେମାନଙ୍କୁ ଦେଶ ଛାଡିବାକୁ କୁହାଯାଉଛି। ଏହି ଭିଡିଓକୁ କାନାଡାର ପ୍ରତିରକ୍ଷା ମନ୍ତ୍ରୀ ଡୋମୋନିକ ଲେବ୍ଲାଂକ ନିନ୍ଦା କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଏହି ଭିଡିଓ ଖାଲିସ୍ତାନ ସମର୍ଥକ ସଂଗଠନ ଶିଖ ଫର ଜଷ୍ଟିସ ଦ୍ୱାରା ପ୍ରକାଶ ପାଇଛି। ଏହି ଭିଡିଓରେ ଭାରତୀୟ ମୂଳବାସିନ୍ଦା ହିନ୍ଦୁମାନଙ୍କୁ ଦେଶ ଛାଡିବାକୁ କୁହାଯାଇଛି। ଭିଡିଓଟି ଦୁଇ ଦିନ ପୁରୁଣା ବୋଲି କୁହାଯାଉଛି।

Share