କାନାଡାରେ ବଢିପାରେ ଧର୍ମକୁ ନେଇ ରକ୍ତପାତ, ସତର୍କ କରାଇଲେ କାନାଡାର ସାଂସଦ

ଅଟାଓ୍ବା,୨୪।୯: ଭାରତ-କାନାଡା ବିବାଦ ଚରମରେ ପହଞ୍ଚିଛି। ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ଖଲିସ୍ତାନୀ ଆତଙ୍କବାଦୀ ନିଜର ହତ୍ୟାକାଣ୍ଡରେ ଭାରତର ସମ୍ପୃକ୍ତି ଥିବା ନେଇ କହିବା ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ଘନେଇବାରେ ଲାଗିଛି। ତେବେ ଦେଖାଯାଉଛି କି କାନାଡାର ବିରୋଧୀ ଦଳର ନେତା ଭାରତକୁ ସମର୍ଥନ କରିବା ସହ କାନାଡାରେ ଥିବା ହିନ୍ଦୁଙ୍କୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ସେହିପରି ମୂଳ ଭାରତୀୟ କଥା କାନାଡାର ଜଣେ ସାଂସଦ ଏହି ପ୍ରସଙ୍ଗ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି।

ଅର୍ନ୍ତଜାତୀୟ ଗଣମାଧ୍ୟମକୁ ଏକ ସାକ୍ଷାତକାର ଦେଇ ଭାରତୀୟ ମୂଳ ସାଂସଦ ଚନ୍ଦ୍ର ଆର୍ଯ୍ୟ କହିଛନ୍ତ, କାନାଡାର ଖାଲିସ୍ତାନୀ ଗୋଷ୍ଠୀକୁ ନେଇ ବଢୁଥିବା ବିପଦକୁ ଦୃଷ୍ଟିରେ ରଖି ସଂଖ୍ୟାଲଘୁ ହିନ୍ଦୁ ସମ୍ପ୍ରଦାୟ ଭୟଭୀତ ଅଛନ୍ତି। କାନାଡାରେ ହିନ୍ଦୁ ଲୋକଙ୍କ ସୁରକ୍ଷାକୁ ନେଇ ସେ ଗମ୍ଭୀର ଚିନ୍ତା ପ୍ରକଟ କରିଛନ୍ତି। ପ୍ରଧାନମନ୍ତ୍ରୀ ଟ୍ରୁଡୋ ନିଜାରଙ୍କ ହତ୍ୟାରେ ଭାରତ ସମ୍ପୃକ୍ତି ଥିବା ଦାବି କରିବା ଓ କାନାଡାର ହିନ୍ଦୁ ଲୋକଙ୍କ ଦିଆଯାଇଥିବା ଧମକକୁ ସେ ନିନ୍ଦା କରିଛନ୍ତି।

Share