ପୁଣି ଖରାପ ହେଲା ଜଷ୍ଟିନ ଟ୍ରୁଡୋଙ୍କ ବିମାନ, ୪ ମାସରେ ଦ୍ୱିତୀୟ ଥର ପାଇଁ ହେଲେ ଲଜ୍ଜିତ

ଓଟାଓ୍ବା,୬।୧: କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ପୁଣି ଥରେ ଲଜ୍ଜିତ ହୋଇଛନ୍ତି। ଗତ ଚାରି ମାସ ମଧ୍ୟରେ ଏହା ଦ୍ୱିତୀୟ ଥର ପାଇଁ ତାଙ୍କ ବିମାନ ବିଦେଶୀ ମାଟିରେ ଖରାପ ହୋଇଯାଇଛି। ଗତ ବର୍ଷ ସେପ୍ଟେମ୍ବରରେ ଜି -୨୦ ସମୟରେ ଟ୍ରୁଡୋଙ୍କ ବିମାନ ଭାରତରେ ଖରାପ ହୋଇଯାଇଥିଲା, ଏହି କାରଣରୁ କାନାଡା ପ୍ରଧାନମନ୍ତ୍ରୀଙ୍କୁ ଆଉ ଦୁଇ ଦିନ ଭାରତରେ ରହିବାକୁ ପଡିଲା।

ଡିସେମ୍ବର ୨୬ରେ ପରିବାର ସହ ଛୁଟି କାଟିବା ପାଇଁ କାନାଡାର ପ୍ରଧାନମନ୍ତ୍ରୀ ଜମୈକା ଯାଇଥିଲେ, ଯେଉଁଠାରେ ସେ ତାଙ୍କ ପରିବାର ସହିତ ଏକ ରିସୋର୍ଟରେ ରହିଥିଲେ, କିନ୍ତୁ ଗୁରୁବାର ସେ ଫେରୁଥିବା ସମୟରେ ବିମାନଟି ଖରାପ ଯାଇଥିଲା, ଯେଉଁଥିପାଇଁ ତାଙ୍କୁ ଜମୈକା ଗୋଟିଏ ଦିନ ରହିବାକୁ ପଡିଲା।

Share