ଭାରତର କଠୋରତା ପରେ ବଦଳିଲା ଟ୍ରୁଡୋଙ୍କ ସ୍ବର, କହିଲେ ଆମେ ଏକାଠି କାମ କରିବା ଉଚିତ୍‌

ଓଟାଓ୍ବା,୨୩।୯: ଭାରତ ସହ ତିକ୍ତତା ମଧ୍ୟରେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ପୁଣିଥରେ ଏକ ବଡ଼ବୟାନ ଦେଇଛନ୍ତି। ଭାରତ ବିରୋଧରେ ବୟାନ ଦେବା ପରେ ଟ୍ରୁଡୋଙ୍କୁ ଭାରତର ଶକ୍ତି ବିଷୟରେ ଜଣାପଡିଛି। ଭାରତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ମାତ୍ରେ ଟ୍ରୁଡୋଙ୍କ ମନୋଭାବ ନରମ ହୋଇଛି। ବୟାନ ମାଧ୍ୟମରେ ଭାରତ ଉପରେ କ୍ରୋଧ ପ୍ରକାଶ କରିଆସୁଥିବା ଟ୍ରୁଡୋ ବାରମ୍ବାର ନିଜ ବୟାନକୁ ନେଇ ସଫେଇ ଦେଉଛନ୍ତି। ବର୍ତ୍ତମାନ ଭାରତ ଏବଂ କାନାଡା ମଧ୍ୟରେ କୂଟନୈତିକ ବିବାଦର ପ୍ରଭାବ ମଧ୍ୟ ବ୍ୟବସାୟରେ ଦେଖାଯାଉଛି। ଅନେକ ଭାରତୀୟ କମ୍ପାନୀ କାନାଡାରେ ସେମାନଙ୍କ ବ୍ୟବସାୟରୁ ଓହରିଯିବା ଆରମ୍ଭ କରିଛନ୍ତି। ଭାରତର କଠୋରତା ପରେ କାନାଡା ପ୍ରଧାନମନ୍ତ୍ରୀଙ୍କ ସ୍ବର ବର୍ତ୍ତମାନ ବଦଳି ଯାଇଛି। ପରିସ୍ଥିତି ବିଗିଡିବା ଦେଖି ଟ୍ରୁଡୋ ବର୍ତ୍ତମାନ ଭାରତ ସହ ବନ୍ଧୁତା ପାଇଁ ନିବେଦନ କରିଛନ୍ତି।

ଶୁକ୍ରବାର କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ କହିଛନ୍ତି , ହରଦୀପ ସିଂ ନିଜାରଙ୍କ ହତ୍ୟାରେ ଭାରତ ସମ୍ପୃକ୍ତ ଥିବା ନେଇ କାନାଡା ଭାରତ ସହ ମିଶି କାମ କରିବାକୁ ଚାହୁଁଛି। ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ସହ ମିଳିତ ଖବରଦାତା ସମ୍ମିଳନୀକୁ ସମ୍ବୋଧିତ କରି ଟ୍ରୁଡୋ କହିଛନ୍ତି, ’ଭାରତକୁ ନେଇ କାନାଡା ବିଶ୍ୱାସଯୋଗ୍ୟ ଅଭିଯୋଗ ବାଣ୍ଟିଛି ଯାହା ବିଷୟରେ ମୁଁ ପୂର୍ବରୁ କହିଥିଲି। ଆମେ ଅନେକ ସପ୍ତାହ ପୂର୍ବରୁ ଭାରତ ସହିତ ଏହା କରିଥିଲୁ। ଭାରତ ସହିତ ଗଠନମୂଳକ କାର୍ଯ୍ୟ କରିବାକୁ ଚାହୁଁ ଏବଂ ଆମେ ଆଶା କରୁଛୁ ସେମାନେ ଆମ ସହ ଯୋଗଦେବେ ଯାହା ଦ୍ୱାରା ଆମେ ଏହ ିଗୁରୁତ୍ୱପୂର୍ଣ୍ଣ ବିଷୟର ତଳ ଭାଗକୁ ଯାଇପାରିବା।

Share