ମାଛଗାଁ କେନାଲ ଭାଙ୍ଗି ତରିକୁନ୍ଦ, ଦଳେଇଘାଇ ନିକଟରେ ଘାଇ

ଜଗତ୍‌ସିଂହପୁର,୧୭ା୭(ପ୍ରମୋଦ ନାୟକ): ବିରିବାଟୀଠାରୁ ଜଗତ୍‌ସିଂହପୁର ଦେଇ ଲମ୍ବିଥିବା ମାଛଗାଁ କେନାଲର ତରିକୁନ୍ଦ ଓ ଦଳେଇଘାଇ ନିକଟରେ ଯଥାକ୍ରମେ ୨୦ ଓ ୧୫ ଫୁଟର ଘାଇ ହୋଇଛି। ଫଳରେ ଜଗତ୍‌ସିଂହପୁର-କନ୍ଦରପୁର ୫୫ ନଂ. ଜାତୀୟ ରାଜପଥରେ ୩ ଫୁଟ ଉଚ୍ଚରେ ଜଳ ପ୍ରବାହିତ ହେବା ସହ ପାଖାପାଖି ୧ ଘଣ୍ଟା ପର୍ଯ୍ୟନ୍ତ ଗମନାଗମନ ଠପ୍‌ ହୋଇ ଯାଇଥିଲା। କେବଳ ଏତିକି ନୁହେଁ, ଏହା ଏକ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି। ତରିକୁନ୍ଦ ବଜାରର ଅଧିକାଂଶ ଦୋକାନରେ ପାଣି ପଶିଯାଇଛି। ଫଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ସେହିପରି ତରିକୁନ୍ଦ ପାଣ୍ଡି, ସ୍ବାସ୍ଥ୍ୟ କେନ୍ଦ୍ର ଓ ଲୋକଙ୍କ ଘରେ ପାଣି ପଶିିବା ସହ ଶତାଧିକ ହେକ୍ଟର ଜମି ଜଳାର୍ଣ୍ଣବ ହୋଇଯାଇଛି। ଏନେଇ କ୍ଷତିପୂରଣ ଦାବିରେ ତରିକୁନ୍ଦ ବଜାରର ବ୍ୟବସାୟୀମାନେ ଆନ୍ଦୋଳନ କରିଛନ୍ତି।
ଏ ସମ୍ପର୍କରେ ସ୍ଥାନୀୟ ତରିକୁନ୍ଦ ଗ୍ରାମର ପଞ୍ଚୁ ସାହୁ, କାହ୍ନୁଚରଣ ସାହୁ, ଜୟଦେବ ବେହେରା, ବାପୁନି ସାହୁ ପ୍ରମୁଖଙ୍କ କହିବା କଥା ହେଲା ଶନିବାର ବିଳମ୍ବିତ ରାତିରେ ଏହି ଅଘଟଣ ହୋଇଥିଲା। ଏହି ସମୟରେ ସେମାନେ ଶୋଇଥିଲେ। ହଠାତ୍‌ ଘର ଓ ଅଗଣାରେ ପାଣି ପଶିବାରୁ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ତା’ପରେ କେନାଲ ଭାଙ୍ଗିଥିବା ଜଣାପଡ଼ିଥିଲା। ଏହି କୃତ୍ରିମ ବନ୍ୟାରେ ତରିକୁନ୍ଦ ବଜାରରେ ଦୋକାନ କରିଥିବା ଅନେକ ବ୍ୟବସାୟୀଙ୍କ ବହୁ ସାମଗ୍ରୀ ନଷ୍ଟ ହୋଇଯାଇଛି। ବ୍ୟବସାୟୀ ସରୋଜ କୁମାର ମହାନ୍ତିଙ୍କ କହିବା କଥା ହେଲା, ତାଙ୍କର ବିସ୍କୁଟ ଡିଲରଶିପ୍‌ ରହିଛି। ପାଣି ଆସିବାରୁ ଗୋଦାମରେ ଗଚ୍ଛିତ ଥିବା ପାଖାପାଖି ୩ ଲକ୍ଷ ଟଙ୍କାର ବିସ୍କୁଟ, ସିମେଇ ଓ ଧୂପକାଠି ନଷ୍ଟ ହୋଇଯାଇଛି। କୈଳାସ ଚନ୍ଦ୍ର ମଲ୍ଲିକ କହିଛନ୍ତି, ତାଙ୍କ ଦୋକାନରେ ୨ କୁଇଣ୍ଟାଲ ଚାଉଳ ଥିଲା। ବ୍ୟବସାୟ ପାଇଁ ମାଛ ଗଚ୍ଛିତ ଥିଲା। ପାଣି ମାଡ଼ି ଆସିବା ଯୋଗୁ ଚାଉଳ ନଷ୍ଟ ହେବା ସହ ମାଛ ଭାସିଯାଇଛି। ବହୁ ଲୋକଙ୍କ ଘରେ ପାଣି ଢେଉ ମାରୁଛି। ପଞ୍ଚାୟତ କାର୍ଯ୍ୟାଳୟରେ ଚାଉଳ ଭିଜିଯାଇଛି।
ରବିବାର ସକାଳେ ଜାତୀୟ ରାଜପଥରେ ଦୀର୍ଘ ସମୟ ଧରି ଗମନାଗମନ ଠପ୍‌ ସାଙ୍ଗକୁ ଜଳ ପ୍ରବାହ ବଢ଼ିଥିଲା। ଏହାସତ୍ତ୍ବେ ଜିଲା ପ୍ରଶାସନ କିମ୍ବା ଜଳ ସମ୍ପଦ ବିଭାଗର କୌଣସି ଯନ୍ତ୍ରୀ ଘଟଣାସ୍ଥଳରେ ନ ପହଞ୍ଚତ୍ବାରୁ ଅସନ୍ତୋଷ ବଢ଼ିଥିଲା। ଶେଷରେ ଉତ୍ତ୍ୟକ୍ତ ଲୋକେ ହୋ ହଲ୍ଲା କରିବାରୁ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାପରେ ପୋଲିସ ପହଞ୍ଚତ୍ ବୁଝାଶୁଝା କରିବା ସହ ପରିସ୍ଥିତି ନିୟନ୍ତ୍ରଣକୁ ଆଣିଥିଲା। ଲୋକଙ୍କ ଅଭିଯୋଗ ହେଲା, ପ୍ରତିବର୍ଷ ଜଳ ସମ୍ପଦ ବିଭାଗ କେନାଲରେ ପାଣି ଛାଡ଼ିଲା ବେଳକୁ ସଫେଇ କରୁଛି। ଏହି କାମ ଜୁନ୍‌ ସୁଦ୍ଧା ଶେଷ କରା ନ ଯାଇ ଉଦ୍ଦେଶ୍ୟମୂଳକ ଭାବେ ବିଳମ୍ବ କରାଯାଉଛି। ଏଭଳି କରାଯିବାର ଉଦ୍ଦେଶ୍ୟ ହେଉଛି କେନାଲରେ ପାଣି ଆସିଲେ ଅନାବନା ଗଛ ଓ ଘାସ ଆଦି ପାଣିରେ ବୁଡ଼ିଯିବ ଏବଂ ଉପରେ ଯେଉଁ ଘାସ, ଦଳ ଆଦି ରହିଥିବ ସେଗୁଡିକୁ ମେଶିନ କିମ୍ବା କମ୍‌ ସଂଖ୍ୟକ ଶ୍ରମିକ ଲଗାଇ ସଫା କରିଦିଆଯିବ। ଏଭଳି କରି ଜଳ ସମ୍ପଦ ବିଭାଗ ଯନ୍ତ୍ରୀ ଓ ଠିକାଦାରମାନେ ପ୍ରତିବର୍ଷ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରୁଛନ୍ତି। କେବଳ ସଫେଇ ନୁହେଁ, କେନାଲ ଓ ନଦୀ ବନ୍ଧ ମରାମତି ନାଁରେ ମୋଟା ଅଙ୍କର ଅର୍ଥ ଚଳୁ କରାଯାଉଛି। ଅପରପକ୍ଷେ ତରିକୁନ୍ଦ ଓ ଦଳେଇଘାଇ ନିକଟରେ କେନାଲର ଦୁର୍ବଳ ସ୍ଥାନ ମରାମତି କରାଯାଇ ନ ଥିବାରୁ ଏଭଳି ଘଟଣା ଘଟିଛି। ଏ ସମ୍ପର୍କରେ ନବ ନିର୍ମାଣ କୃଷକ ସଙ୍ଗଠନ ରାଜ୍ୟ ସହ ସଂଯୋଜକ ରଶ୍ମିରଞ୍ଜନ ସ୍ବାଇଁ କହିଛନ୍ତି, ପ୍ରତିବର୍ଷ ଖରିଫ ପ୍ରସ୍ତୁତିକୁ ନେଇ ଜିଲା ପ୍ରଶାସନ ପକ୍ଷରୁ ବୈଠକ ହେଉଛି। ଏଥିରେ ନଦୀ ଓ କେନାଲ ବନ୍ଧର ସୁରକ୍ଷା ସାଙ୍ଗକୁ ଚାଷ ଜମିକୁ ପାଣି ପହଞ୍ଚାଇବା ପାଇଁ କି ପ୍ରକାର ପଦକ୍ଷେପ ନିଆଯାଉଛି ତା’ଉପରେ ବିସ୍ତୃତ ଆଲୋଚନା ହେଉଛି। କିନ୍ତୁ ତାହା କେବଳ ଔପଚାରିକତା ପାଇଁ ହେଉଛି। ତରିକୁନ୍ଦ ଓ ଦଳେଇଘାଇ ନିକଟରେ କେନାଲ ଭାଙ୍ଗି ଯେଉଁଭଳି ପରିସ୍ଥିତି ସୃଷ୍ଟି କରିଛି ତାହା ବିଭାଗୀୟ ଦାହିତ୍ୱହୀନତାର ନଗ୍ନ ନମୁନା। ଏ ସମ୍ପର୍କରେ ଜଳ ସମ୍ପଦ ବିଭାଗ ଜଗତ୍‌ସିଂହପୁର ଡିଭିଜନ ଅଧୀକ୍ଷଣ ଯନ୍ତ୍ରୀ ପ୍ରତାପ ଶତପଥୀ କହିଛନ୍ତି, ପାଣି କମିଲା ପରେ କେଉଁ କାରଣରୁ ଏଭଳି ଘଟିଲା ଅନୁଧ୍ୟାନ ହେବ। ତେବେ ବାଲି ବସ୍ତା ଦ୍ୱାରା ବନ୍ଧ ବନ୍ଧାଯିବା ପାଇଁ ଚେଷ୍ଟା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡିରେ ଅସହ୍ୟ ଶୀତ: ଚତୁର୍ଥ ଦିନରେ ତୁଷାରପାତ 

ଦାରିଙ୍ଗବାଡି,୧୪।୧୨ (ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଗତ କିଛିଦିନ ହେଲା କାଶ୍ମୀର ଭଳି ପରିସ୍ଥିତି ଦେଖାଯାଇଛି। ରବିବାରକୁ ମିଶାଇ ଗତ ଚାରିଦିନ ଧରି...

‘ଭୋଟ ଚୋରି’ ବିରୋଧରେ କଂଗ୍ରେସର ପ୍ରଦର୍ଶନ, ରାମଲିଳା ମଇଦାନରେ ଏକାଠି ହେବେ ବହୁ ବରିଷ୍ଠ

ନୂଆଦିଲ୍ଲୀ,୧୪।୧୨: କଂଗ୍ରେସ କଥିତ ନିର୍ବାଚନୀ ଜାଲିଆତି ଏବଂ ‘ଭୋଟ ଚୋରି’ ବିରୋଧରେ ଅଭିଯାନକୁ ତୀବ୍ରତର କରୁଛି। ଡିସେମ୍ବର ୧୪, ୨୦୨୫ ରବିବାର ଦିଲ୍ଲୀର ରାମଲୀଳା ମଇଦାନରେ...

ଜଙ୍ଗଲରେ ହଜିବାରେ ଲାଗିଛି  ଉଇ ହୁଙ୍କା ସଂଖ୍ୟା : ଭୂତଳ ଜଳର ଉତ୍ସ ଚିହ୍ନଟ କରିବାରେ …

ଦାରିଙ୍ଗବାଡି,୧୪।୧୨ (ଅରୁଣ ସାହୁ): ସୃଷ୍ଟି ଓ ପ୍ରକୃତି ସହ ଜଡିତ ଉଇ ହୁଙ୍କାର ସମ୍ପର୍କ। ହେଲେ ମାତ୍ର ଧୀରେଧୀରେ ଜଙ୍ଗଲରେ ଉଇ ହୁଙ୍କାର ସଂଖ୍ୟା କମିବାରେ...

୨୫ ରେ ତିଲିସିଙ୍ଗି ରେ ପ୍ରଦେଶ ସଭା : ୪ ଦିନ ବ୍ୟାପୀ…

ଭଞ୍ଜନଗର,୧୩।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ରୁ ୨୮ ତାରିଖ ପର୍ଯ୍ୟନ୍ତ ୪ ଦିନ ବ୍ୟାପୀ ନିଖିଳ ଉତ୍କଳ କୁର୍ମି...

‘ଅତିରିକ୍ତ ଶୁଳ୍କ ଲଗାଇଲେ ସମ୍ପର୍କ ଖରାପ ହୋଇପାରେ, କାଥାବାର୍ତ୍ତା ମାଧ୍ୟମରେ…,’ ମେକ୍ସିକୋର ଟାରିଫକୁ ନେଇ ଭାରତ କହିଲା…

ନୂଆଦିଲ୍ଲୀ,୧୪।୧୨: ମେକ୍ସିକୋର କିଛି ଭାରତୀୟ ଉତ୍ପାଦ ଉପରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ବୃଦ୍ଧି ନିଷ୍ପତ୍ତି ପରେ ଭାରତ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି।...

ଏଇ ଭାରତରେ

କୋଭିଡ୍‌ ମହାମାରୀ ସମୟରେ ଅନ୍‌ଲାଇନ ପଢ଼ାରେ ପିଲାମାନେ ଅଭ୍ୟସ୍ତ ହୋଇଯାଇଥିଲେ। ଘରେ ରହିଲେ ମଧ୍ୟ ପିଲାମାନେ ମୋବାଇଲ ଆସକ୍ତି ଛାଡ଼ି ପାରୁନାହାନ୍ତି। ପିଲାଙ୍କ ମାନସିକ ସ୍ଥିତି...

ପରିବେଶତନ୍ତ୍ରୀ

”ଆଜି ଯେଉଁଠି ପହଞ୍ଚଛି ସେଥିପାଇଁ ପ୍ରେରଣା ସ୍ଥାନୀୟ ଗ୍ରାମରୁ ପାଇଛି, ଯେଉଁଠି ଲୋକମାନେ ମୋ ସହ ଠିଆ ହୋଇଥିଲେ। ହେନ୍ତାଳବଣକୁ ନିଜର ଭାବି ପରିଷ୍କାର କରିବାରେ...

ପୂର୍ବତନ ଆଇଏଏସ ଅଧିକାରୀ ରାଜକୁମାର ଗୋଏଲ ହେବେ ମୁଖ୍ୟ ସୂଚନା କମିଶନର, ସୋମବାର ନେବେ ଶପଥ

ନୂଆଦିଲ୍ଲୀ,୧୪।୧୨: ଅବସରପ୍ରାପ୍ତ IAS ଅଧିକାରୀ ରାଜ କୁମାର ଗୋଏଲ ଦେଶର ପରବର୍ତ୍ତୀ ମୁଖ୍ୟ ସୂଚନା କମିଶନର (CIC) ହେବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ତାଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri