Categories: ବାଣିଜ୍ୟ

ଆଜିଠୁୁ କାନାରା ବ୍ୟାଙ୍କର ୨ଦିନିଆ ଋଣମେଳା

ଭୁବନେଶ୍ୱର,୨୪।୨:କାନାରା ବ୍ୟାଙ୍କର ଆଞ୍ଚଳିକ କାର୍ଯ୍ୟାଳୟ ଭୁବନେଶ୍ୱର ପକ୍ଷରୁ ଶୁକ୍ରବାରଠାରୁ ଏକ ୨ଦିନିଆ ମେଗା ଋଣମେଳାର ଆୟୋଜନ କରାଯାଉଛି। ଏ ସମ୍ପର୍କରେ ବ୍ୟାଙ୍କର ଜେନେରାଲ ମ୍ୟାନେଜର ବି.ଏଲ୍‌. ମୀନା ବିସ୍ତୃତ ଭାବେ ସୂଚନା ପ୍ରଦାନ କରିଛନ୍ତି। କାନାରା ବ୍ୟାଙ୍କର ମୁଖ୍ୟ ହିତାଧିକାରୀ ଓ ଗ୍ରାହକମାନଙ୍କ ପାଇଁ ଏହା ସର୍ବାଧିକ ଲାଭ ପ୍ରଦାନ କରିବ। ଏପରିକି ଉକ୍ତ ମେଳାରେ ଆଶାୟୀ ଗ୍ରାହକମାନେ ବିପୁଳ ସଂଖ୍ୟାରେ ଯୋଗଦାନ କରିବେ। ବିଶେଷ କରି ଗ୍ରାହକମାନେ ନିଶ୍ଚିତ ଭାବେ କାନାରା ବ୍ୟାଙ୍କର ଏହି ‘ରିଟେଲ୍‌ ଉତ୍ସବ ଅଫର’ର ସମ୍ପୂର୍ଣ୍ଣ ଫାଇଦା ଉଠାଇବେ ବୋଲି ମୀନା ମତପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ମେଳାର ଉଦ୍‌ଘାଟନୀ ଉତ୍ସବରେ କାନାରା ବ୍ୟାଙ୍କ ପକ୍ଷରୁ ୮୦ ଜଣ ହିତାଧିକାରୀଙ୍କୁ ହାଉସିଂ, ଗାଡ଼ିମଟର ଓ ଶିକ୍ଷା ଭଳି କ୍ଷେତ୍ର ପାଇଁ ଋଣ ମଞ୍ଜୁର କରିବ। ଚଳିତ ବର୍ଷ ଫେବୃୟାରୀ ୨୫ ତାରିଖରେ ଉକ୍ତ ମେଳା ଶେଷ ହେବ। ସେହିଭଳି ଉକ୍ତ ମେଳାରେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ବିଲ୍‌ଡର ଏବଂ ଯାନବାହନ ଡିଲରମାନେ ଅଂଶଗ୍ରହଣ କରିବେ। ବିଶେଷ କରି ଉତ୍ପାଦର କ୍ରୟ ବିକ୍ରୟ ପାଇଁ ମଧ୍ୟ ବ୍ୟାଙ୍କ ସୁଲଭ ମୂଲ୍ୟରେ ଋଣ ଯୋଗାଇ ଦେଉଥିତ୍ବା ଜଣାପଡିଛି। ସେହିପରି କାନାରା ବ୍ୟାଙ୍କ ତା’ର ହାଉସିଂ, ଗାଡ଼ିମଟର, ଶିକ୍ଷା ଓ ବନ୍ଧକ ଆଦି ଋଣ ଉପରେ ସମସ୍ତ ଶୁଳ୍କ ଛାଡ଼ କରିଛ। ହେଲେ ଏହି ଅଫର କେବଳ ସୀମିତ ସମୟ ପର୍ଯ୍ୟନ୍ତ ବୈଧ ।

Share