Categories: ବାଣିଜ୍ୟ

କାନାରା ବ୍ୟାଙ୍କର ମୁଦ୍ରା ବିନିମୟ ମେଳା

ଭୁବନେଶ୍ୱର,୧୪।୧୦: କାନାରା ବ୍ୟାଙ୍କର ଭୁବନେଶ୍ୱର ଅଞ୍ଚଳ ପକ୍ଷରୁ ଶୁକ୍ରବାର ଏକ ସ୍ବତନ୍ତ୍ର ମୁଦ୍ରା ବିନିମୟ ମେଳାର ଆୟୋଜନ କରାଯାଇଥିଲା। ବିଶେଷକରି ବ୍ୟାଙ୍କ ପକ୍ଷରୁ ପୁରୁଣା, ମଇଳା ଏବଂ ଚିରାଫଟା ନୋଟ୍‌ ବଦଳରେ ନୂଆ ନୋଟ୍‌ ଏବଂ କଏନ୍‌ ଦେବାର ବ୍ୟବସ୍ଥା ୟୁନିଟ୍‌-୮ ସ୍ଥିତ କଲ୍ୟାଣୀ ମାର୍କେଟ୍‌ କମ୍ପ୍ଲେକ୍ସଠାରେ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର କ୍ଷେତ୍ରୀୟ ନିର୍ଦ୍ଦେଶକ ଶାରଦା ପ୍ରସନ୍ନ ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆର୍‌ବିଆଇ ମହାପ୍ରବନ୍ଧକ ଦେବୀପ୍ରସାଦ ପଣ୍ଡାଙ୍କ ସମେତ କାନାରା ବ୍ୟାଙ୍କର ଅଞ୍ଚଳ ମୁଖ୍ୟ ଜଗଦୀଶ ଚନ୍ଦର, କ୍ଷେତ୍ରୀୟ କାର୍ଯ୍ୟାଳୟର କ୍ଷେତ୍ରୀୟ ମୁଖ୍ୟ ମହାମାୟା ପ୍ରସାଦ ରାୟ, ସହାୟିକା ମହାପ୍ରବନ୍ଧକ ରୀତା ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ବ୍ୟାଙ୍କର ନୟାପଲ୍ଲୀ ଶାଖା ଏବଂ କରେନ୍ସି ଚେଷ୍ଟର ଅଧିକାରୀ ଓ କର୍ମଚାରୀମାନେ ପରିଚାଳନା କରିଥିଲେ।

Share