Categories: ବାଣିଜ୍ୟ

କାନାରା ବ୍ୟାଙ୍କର ପ୍ରତିଷ୍ଠାତାଙ୍କ ଦିବସ

ଭୁବନେଶ୍ୱର,୨୧ା୧୧ (ଅଭୟ ଦାଶ): କାନାରା ବ୍ୟାଙ୍କର ଭୁବନେଶ୍ୱର ଅଞ୍ଚଳ କାର୍ଯ୍ୟାଳୟ ପକ୍ଷରୁ ବ୍ୟାଙ୍କର ପ୍ରତିଷ୍ଠାତାଙ୍କ ୧୧୮ତମ ଦିବସ ନିକଟରେ ପାଳିତ ହୋଇଯାଇଛି। ଏପରିକି ବ୍ୟାଙ୍କର ଅଞ୍ଚଳ ମୁଖ୍ୟ ଜଗଦୀଶ ଚନ୍ଦରଙ୍କ ନେତୃତ୍ୱରେ ଏକ ସ୍ବତନ୍ତ୍ର ଶ୍ରଦ୍ଧାଞ୍ଜଳି ସଭା (କାର୍ଯ୍ୟକ୍ରମ)ର ଆୟୋଜନ କରାଯାଇଥିଲା। ବିଶେଷକରି ବ୍ୟାଙ୍କର ଭୁବନେଶ୍ୱର ଅଞ୍ଚଳ କାର୍ଯ୍ୟାଳୟ ସମେତ ୫ଟି କ୍ଷେତ୍ରୀୟ କାର୍ଯ୍ୟାଳୟ ଓ ଏହାର ସମସ୍ତ ଶାଖା କାର୍ଯ୍ୟାଳୟରେ ଉକ୍ତ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ପରିପ୍ରେକ୍ଷୀରେ ପ୍ରଦୀପ ପ୍ରଜ୍ୱଳନ ସହ ବ୍ୟାଙ୍କର ପ୍ରତିଷ୍ଠାତା ଆମେମ୍ବାଲ ସୁବାରାଓ ପାଇଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇ ଉକ୍ତ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ଏହି ଅବସରରେ ବ୍ୟାଙ୍କର ଭୁବନେଶ୍ୱର ଅଞ୍ଚଳ କାର୍ଯ୍ୟାଳୟ ପକ୍ଷରୁ ଭୁବନେଶ୍ୱରର ଘାଟିକିଆ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଥିବାବେଳେ କାନାରା ବିଦ୍ୟା ଜ୍ୟୋତି ଅନ୍ତର୍ଗତ ୫ମ ଶ୍ରେଣୀରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିର ଛାତ୍ରୀମାନଙ୍କୁ ବୃତ୍ତି ପ୍ରଦାନ କରାଯାଇଥିଲା। ସେହିଭଳି ପ୍ରତିଷ୍ଠାତାଙ୍କ ଦିବସ ଅବସରରେ ରୁଡ୍‌ସେଟ ଭୁବନେଶ୍ୱରଠାରେ ରେଫ୍ରିଜରେଟର ଓ ଏୟାର କଣ୍ଡିଶନରର ପ୍ରଶିକ୍ଷଣ ନେଉଥିବା ପ୍ରାର୍ଥୀମାନଙ୍କୁ ବ୍ୟାଙ୍କ ପକ୍ଷରୁ ଟୁଲ କିଟ୍‌ ପ୍ରଦାନ କରାଯାଇଥିଲା। ପରିଶେଷରେ କାନାରା ବ୍ୟାଙ୍କର ସମ୍ମାନିତ ଏଚ୍‌ଏନ୍‌ଆଇ ଗ୍ରାହକ, କାନାରା ବ୍ୟାଙ୍କର ସର୍ବଶ୍ରେଷ୍ଠ କର୍ମଚାରୀ ଓ ସ୍କେଚ୍‌ ପ୍ରତିଯୋଗିତାର ପୁରସ୍କାର ବିଜେତାମାନଙ୍କୁ ଅଞ୍ଚଳ ମୁଖ୍ୟ ଜଗଦୀଶ ଚନ୍ଦର ସମ୍ମାନିତ କରିଥିଲେ।

Share