ଖେଳାଳିଙ୍କ ସମର୍ଥନରେ ଚାଇନା ଗସ୍ତକୁ ବାତିଲ କଲି: କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର

ନୂଆଦିଲ୍ଲୀ,୨୪।୯: ଚାଇନାରେ ଚାଲିଥିବା ଏସିଆନ୍‌ ଗେମ୍ସ ପାଇଁ ଅରୁଣାଚଳ ପ୍ରଦେଶର ତିନି ଖେଳାଳିଙ୍କୁ ଚାଇନାର ଭିଜା ପ୍ରତ୍ୟାଖ୍ୟାନକୁ ଦୃଢ ନିନ୍ଦା କରିଛନ୍ତି କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର। ଏହାସହ ଚାଇନା ଗସ୍ତକୁ ମଧ୍ୟ ବାତିଲ କରିଛନ୍ତି। ସେ କହିଛନ୍ତି ଯେ, ଚାଇନାର ଏହି ମନୋଭାବ ପକ୍ଷପାତପୂର୍ଣ୍ଣ ଏବଂ ଅଲିମ୍ପିକ ଚାର୍ଟର ବିରୋଧରେ ଏବଂ ଏହା ଭାରତ ପାଇଁ ଗ୍ରହଣୀୟ ନୁହେଁ। ଉତ୍ତର-ପୂର୍ବ ରାଜ୍ୟ ଅରୁଣାଚଳ ପ୍ରଦେଶ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ଅଟେ ଏବଂ ରହିବ। ଖେଳାଳିଙ୍କ ସମର୍ଥନରେ ମୁଁ ମୋର ଚାଇନା ଗସ୍ତକୁ ବାତିଲ କରିଛି।
ଚାଇନା ଏସିଆନ ଗେମ୍ସ ପାଇଁ ଅରୁଣାଚଳ ପ୍ରଦେଶର ତିନିଜଣ ମହିଳା ୱୁସୁ ଖେଳାଳି, ନିମାନ ୱାଙ୍ଗସୁ, ଅନିଲୁ ଟେଗା ଏବଂ ମାପଙ୍ଗ ଲାମଗୁଙ୍କୁ ଖେଳାଳିଙ୍କ ପାଇଁ ଭିଜା ଦେବାକୁ ପ୍ରତ୍ୟାଖ୍ୟାନ କରିଛି।

Share