ଭୁବନେଶ୍ବର,୨୪।୪(ବ୍ୟୁରୋ): ଗୃହ ଓ ନଗର ଉନ୍ନୟନ ବିଭାଗର ଜୁନିୟର ଆକାଉଣ୍ଟାଣ୍ଟ ପରୀକ୍ଷା ବାତିଲ ହୋଇଛି । ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ ପକ୍ଷରୁ ଏହି ପରୀକ୍ଷାକୁ ବାତିଲ ନିଷ୍ପତ୍ତି ନିଆଯାଇଛି। ଓଡ଼ିଆ ପ୍ରଶ୍ନପତ୍ରରେ ମୁଦ୍ରଣ ଜନିତ ତ୍ରୁଟି ଥିବାରୁ ପରୀକ୍ଷା ବାତିଲ କରାଯାଇଥିବା ସୂଚନାମିଳିଛି।
ସୂଚନାଯୋଗ୍ୟ, ତେବେ ଗୃହ ଓ ନଗର ଉନ୍ନୟନ ବିଭାଗର ଜୁନିୟର ଆକାଉଣ୍ଟାଣ୍ଟ ପଦବୀ ପାଇଁ ରବିବାର ପ୍ରିଲିମନାରୀ ପରୀକ୍ଷା ହୋଇଥିଲା । ସେହି ପରୀକ୍ଷାକୁ ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ ପକ୍ଷରୁ ବାତିଲ କରିଦିଆଯାଇଛି।