ଆଜିକାଲି ଲୋକେ ସୁବିଧା ଆଉ ହାତ ପାହାନ୍ତାରେ ସାମଗ୍ରୀ ପାଇବା ପାଇଁ ଅନ୍ଲାଇନ୍ର ସାହାରା ନେଉଛନ୍ତି। ବେଳେବେଳେ ଏହି ସୁବିଧା ଲୋକଙ୍କୁ ଅସୁବିଧାରେ ବି ପକାଉଛି। ଏମିତି ଏକ ଘଟଣା ଘଟିଛି ଜଣେ ଯୁବତୀଙ୍କ କ୍ଷେତ୍ରରେ। ଯୁବତୀ ଜଣକ ଅନ୍ଲାଇନ୍ରେ ଜୋମାଟୋରେ ଖାଦ୍ୟ ଅର୍ଡର କରିଥିଲେ। କିନ୍ତୁ ପରେ ସେ ଏହାକୁ କ୍ୟାନସେଲ କରି ଦେଇଥିଲେ। ଏହାର କିଛି ସମୟ ପରେ ଡେଲିଭରି ବୟ ଖାଦ୍ୟ ଆଣି ଯୁବତୀଙ୍କ ଘରେ ପହଞ୍ଚିଲା। ଯେତେବେଳେ ଖାଦ୍ୟ ନେବାକୁ ଯୁବତୀ ମନା କଲେ ସେତେବେଳେ ଡେଲିଭରି ବୟଙ୍କ ରାଗ ମୁଣ୍ଡକୁ ଚଢ଼ିଗଲା। ସେ ରାଗିକି ଯୁବତୀଙ୍କ ନାକକୁ ଏକ ଶକ୍ତ ମୁଥ ମାରିଲେ। ଏଥିରେ ଯୁବତୀଙ୍କ ନାକରୁ ରକ୍ତ ବୋହିଲା। ଯୁବତୀ ଜଣକ ଏହାର ଏକ ଭିଡିଓ ତିଆରି କରି ଏ ବିଷୟରେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ବର୍ତ୍ତମାନ ଏହା ଖୁବ୍ ଭାଇରାଲ ହେଉଛି।