ଭୁବନେଶ୍ୱର,୧୫।୯(ବ୍ୟୁରୋ): ରାଜଧାନୀରେ ପ୍ରସିଦ୍ଧ କିଶୋର ଭାଇନାଙ୍କ ମଟନ୍ ହୋଟେଲରେ ବୁଧବାର ବିଏମ୍ସି ପକ୍ଷରୁ ଚଢ଼ାଉ କରାଯାଇଛି। ବିଏମ୍ସି ଅଧିକାରୀଙ୍କ ସହ ଫୁଡ୍ ସେଫ୍ଟି ସ୍କ୍ବାଡ୍ ପହଞ୍ଚତ୍ ହୋଟେଲ ପରିବେଶ ଓ ପ୍ରସ୍ତୁତ ଖାଦ୍ୟ ଯାଞ୍ଚ କରିଥିଲେ। ଖାଦ୍ୟର ରଙ୍ଗ, ବୈଧତା ଶେଷ ହୋଇ ଯାଇଥିବା ସସ୍, ପଚାସଢ଼ା କଙ୍କଡ଼ା ଜବତ କରାଯାଇଥିଲା। ଅପରିଷ୍କାର ପରିବେଶରେ ନିମ୍ନମାନର ଖାଦ୍ୟ ପରିବେଷଣ କରାଯାଉଥିବାରୁ ଫୁଡ୍ ରେଜିଷ୍ଟ୍ରେଶନକୁ ରଦ୍ଦ ସହ ଜରିମାନା କରାଯାଇଛି। ସେହିପରି ବିଏମ୍ସିର ଅନ୍ୟଏକ ଟିମ୍ ଗଜପତି ନଗରସ୍ଥିତ ସାରାଣୀ ହୋଟେଲ ଓ ନୟାପଲ୍ଲୀର ଥ୍ରି-କ୍ୟୁ ରେଷ୍ଟୁରାଣ୍ଟରେ ଚଢ଼ାଉ କରିଥିଲା। ଏହି ଦୁଇ ସ୍ଥାନରୁ ବାସି ଖାଦ୍ୟ ଜବତ କରାଯିବା ସହ ଆଉ କେତେକ ଖାଦ୍ୟର ନମୁନାକୁ ଯାଞ୍ଚ ପାଇଁ ପଠାଯାଇଛି। ଏଥିସହ ଜରିମାନା କରାଯାଇଥିବା ବିଏମ୍ସି ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି।