ଆଇସିଏସ୍‌ଇ ଦଶମ ବୋର୍ଡ ପରୀକ୍ଷା ରଦ୍ଦ…

ନୂଆଦିଲ୍ଲୀ,୨୦।୪: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଇସିଏସ୍‌ଇ ପକ୍ଷରୁ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାକୁ ରଦ୍ଦ କରାଯାଇଛି। ଅପରପକ୍ଷରେ ନୂଆ ନିର୍ଦ୍ଦେଶ ପର୍ଯ୍ୟନ୍ତ ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ସ୍ଥଗିତ ରଖା ଯାଇଛି। ଏନେଇ ଆଇସିଏସ୍‌ଇ ବୋର୍ଡ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ପୂର୍ବରୁ ଦଶମ ବୋର୍ଡ ପରୀକ୍ଷାକୁ ବୈକଳ୍ପିକ ରକ୍ଷାଯାଇଥିଲା। ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ମେ’ ୪ରୁ ଆରମ୍ଭ ହୋଇଥାନ୍ତା। ତେବେ କରୋନା ସଂକ୍ରମଣ ଅଣାୟତ୍ତ ହେଉଥିବାରୁ ବୋର୍ଡ ପକ୍ଷରୁ ଦଶମ ପରୀକ୍ଷାକୁ ରଦ୍ଦ କରାଯିବା ଲାଗି ନିଷ୍ପତ୍ତି ନିଆ ଯାଇଥିଲା। ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ସ୍ଥିତି ସମୀକ୍ଷା କରାଯିବା ପରେ କରାଯିବ। ଏନେଇ ନୂଆ ତାରିଖ ଘୋଷଣା ହେବ ବୋଲି ଆଇସିଏସ୍‌ଇ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।

Share