ନିର୍ବାଚନ ପାଇଁ ଜିଲାର ସମସ୍ତ ସରକାରୀ ଅଧିକାରୀ, କର୍ମଚାରୀଙ୍କ ଛୁଟି ବାତିଲ

କଟକ,୧୧।୫ (କାର୍ତ୍ତିକ ସାହୁ): ଚଳିତ ନିର୍ବାଚନ ପାଇଁ ଶନିବାର ଓ ରବିବାର ସମେତ ସମସ୍ତ ସାଧାରଣ ଛୁଟିକୁ ବାତିଲ କରାଯାଇଛି। ଫଳରେ ଶନିବାର ଓ ରବିବାର ପଡୁଥିବା ମେ’ ମାସର ୧୧, ୧୨, ୧୯, ୨୩, ୨୫, ୨୬, ୩୦ ଓ ଜୁନ୍‌ ୨ ତାରିଖ ସାଧାରଣ କାର୍ଯ୍ୟ ଦିବସ ଭାବେ ପରିଗଣିତ ହେବ। ଜିଲାର ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀମାନେ ସ୍ବାଭାବିକ ଭାବରେ ଅଫିସ୍‌ କାର୍ଯ୍ୟରେ ଯୋଗଦେବେ। ଏଥିରେ କୌଣସି ବ୍ୟତିକ୍ରମ ହେଲେ ତାହାକୁ ଗୁରୁତର ଭାବେ ବିବେଚନା କରାଯିବ ବୋଲି ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଶୁକ୍ରବାର ଜାରି ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି।

Share