ନୂଆଦିଲ୍ଲୀ,୨।୪: ଗତ ସପ୍ତାହରେ ଟାଟା ଗ୍ରୁପ୍ର ଭିସ୍ତାରାର ଅନେକ ବିମାନ ଉଡାଣକୁ ବାତିଲ କରାଯାଇଥିଲା। ଏହା ସହିତ ଅନେକ ବିମାନ ବିଳମ୍ବରେ ଉଡିଥିଲା। ଏଭଳି ପରିସ୍ଥିତିରେ ଯାତ୍ରୀମାନଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା।
ବର୍ତ୍ତମାନ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଭିସ୍ତାରାଠାରୁ ବିସ୍ତୃତ ରିପୋର୍ଟ ମାଗିଛି। ଏହି ରିପୋର୍ଟରେ ମନ୍ତ୍ରଣାଳୟ ବିମାନ ଉଡ଼ାଣ ବିଳମ୍ବ ଏବଂ ବାତିଲ ହେବାର କାରଣ ପଚାରିଛି। ମନ୍ତ୍ରଣାଳୟର ଅଧିକାରୀ ଏଏନଆଇ ନ୍ୟୁଜ ଏଜେନ୍ସିକୁ କହିଛନ୍ତି ଯେ ଗତ ସପ୍ତାହରେ ୧୦୦ରୁ ଅଧିକ ଭିସ୍ତାରା ବିମାନ ଉଡ଼ାଣ ବାତିଲ କରାଯାଇଛି।