ଦିନକ ପାଇଁ କ୍ୟାନସର ହସ୍ପିଟାଲ ଆଉଟ୍‌ଡୋର ବନ୍ଦ

କଟକ ଅଫିସ,୩ା୭: ଶୁକ୍ରବାର ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲର ଆଉଟ୍‌ଡୋରକୁ ଦିନକ ପାଇଁ ବନ୍ଦ କରିଦିଆଯାଇଛି। ସେହିପରି ରୋଗୀମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।
ସୂଚନାଯୋଗ୍ୟ, କଟକସ୍ଥିତ ଦୁଇଟି ହସ୍ପିଟାଲରୁ ଗୁରୁବାର ଗୋଟିଏ ଦିନରେ ୬୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ପ୍ରତିଷ୍ଠାନରୁ ୫୫ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ସେମାନଙ୍କ ମଧ୍ୟରେ ୫୪ ଜଣ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ଥିବାବେଳେ ଜଣେ ମାତ୍ର ଷ୍ଟାଫ୍‌ ନର୍ସ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେହିପରି ଏସ୍‌ସିବି ଆଇସୋଲେଶନ ସେଣ୍ଟରରୁ ୧୧ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

Share