କ୍ୟାନସର ପୀଡ଼ିତାଙ୍କୁ ସହଯୋଗର ହାତ, ଚିକିତ୍ସା ପାଇଁ ଗଲେ କଟକ

ଲୋଇସିଂହା,୩୦।୧୦(ଡି.ଏନ.ଏ.)
ବଲାଙ୍ଗୀର ଜିଲା ଲୋଇସିଂହାର ମୁଖୀ ପଧାନ ା ସିକଲିନ, କ୍ୟାନସର ଓ ପଥରି ରୋଗରେ ପୀଡିତ ହୋଇ ସେ ଯନ୍ତ୍ରଣା ପାଉଥିଲେ ା ଅର୍ଥାଭାବ ଯୋଗୁ ତାଙ୍କର ଚିକିତ୍ସା ହୋଇ ପାରୁ ନ ଥିଲା। ସିଡିଏମ୍‌ଓ ଭୀମସେନ ସାହୁଙ୍କ ସହଯୋଗ ଓ ଲୋଇସିଂହା ମାହେଶ୍ୱରୀ ସଂଗଠନର ସହାୟତାରେ ମୁଖୀଙ୍କୁ କଟକ ହରିହର କ୍ୟାନସର ମେଡିକାଲକୁ ବୁଧବାର ସନ୍ଧ୍ୟାରେ ପଠାଯାଇଛି। ସୂଚନା ଅନୁଯାୟୀ, ଲୋଇସିଂହା ଧୁବାପଡାର ଗରିବ ମହିଳା ମୁଖୀ ପଧାନ(୪୦)। ବୃଦ୍ଧା ମା’ ନୂଆ ପଧାନ ଓ ଦୁଇ ଭିନ୍ନକ୍ଷମ ଭଉଣୀ ଘରେ ଅଛନ୍ତି। ୪ ପ୍ରାଣୀ କୁଟୁମ୍ବଙ୍କ ଦାୟିତ୍ୱ ମୁଖୀଙ୍କ ଉପରେ ଥିଲା ା ଲୋଇସିଂହା ସହରରେ ଶାଗ ବିକ୍ରି କରି ବଡକଷ୍ଟରେ ପରିବାର ଚଳାଉଥିଲେ ା ପରିବାରର ଏକମାତ୍ର ରୋଜଗାର କରୁଥିବା ମୁଖୀ ଅନେକ ରୋଗରେ ଆକ୍ରାନ୍ତ ହୋଇ ଘରେ ବସିଲେ। ସ୍ବଳ୍ପ ରୋଜଗାର ଓ ସଞ୍ଚୟ ଟଙ୍କାରେ ବଲାଙ୍ଗୀର, ବୁର୍ଲା ମେଡିକାଲରେ ଚିକିତ୍ସିତ ହୋଇଥିଲେ। ବୁର୍ଲା ମେଡିକାଲରେ ଚିକିତ୍ସିତ ବେଳେ କ୍ୟାନସରରେ ପୀଡିତ ଥିବା ଜଣାପଡିଲା ା ସେଠାକାର ଡାକ୍ତର ତାଙ୍କୁ କଟକ ଯିବାକୁ ପରାମର୍ଶ ଦେଇଥିଲେ। ହେଲେ କଟକ ଯିବା ପାଇଁ ତାଙ୍କ ପାଖରେ ଅର୍ଥ ନ ଥିଲା। ଫଳରେ ଗତ ଏକମାସ ହେଲା ଘରେ ପଡି ରହି ମୁଖୀ ଯନ୍ତ୍ରଣା ପାଉଥିଲେ। ଖବର ପାଇ ସ୍ଥାନୀୟ ମାହେଶ୍ୱରୀ ସଂଗଠନର ସଭାପତି ଦେବାଶିଷ ବିଶାଇ, ଅଙ୍କୁଶ ପାଣ୍ଡେ, ସାହିଲ ସିଂ ଗଡତ୍ୟା, ମନୋଜ ମହାଣା ଓ ସିଲୁ ସେବକ ପ୍ରମୁଖ ତାଙ୍କୁ ଭେଟିଥିଲେ ା ପରିବାରର ଆର୍ଥିକ ସ୍ଥିତି ଓ ମୁଖୀଙ୍କ ଯନ୍ତ୍ରଣା ଦେଖି ସଂଗଠନ କର୍ମକର୍ତ୍ତା ସିଡିଏମ୍‌ଓଙ୍କୁ ଜଣାଇଥିଲେ ା ସିଡିଏମଓଙ୍କ ନିର୍ଦ୍ଦେଶରେ ସ୍ବତନ୍ତ୍ର ଆମ୍ବୁଲାନ୍ସରେ ମୁଖୀଙ୍କୁ କଟକ ପଠାଯାଇଛି ା

Share