Categories: ବାଣିଜ୍ୟ

ବିଏମ୍‌ସି ପକ୍ଷରୁ କର୍କଟ ପରୀକ୍ଷା ଶିବିର

ଭୁବନେଶ୍ୱର,୬।୪: ଦେଶର ପ୍ରମୁଖ ଘରୋଇ କର୍କଟ ଚିକିତ୍ସା କେନ୍ଦ୍ର ବାଲ୍‌କୋ ମେଡିକାଲ ସେଣ୍ଟର(ବିଏମ୍‌ସି) ନ୍ୟୁ ରାୟପୁର ଛତିଶଗଡ଼ ପକ୍ଷରୁ ଏକ ମେଗା କର୍କଟ ରୋଗ ପରୀକ୍ଷା ଶିବିରର ଆୟୋଜିତ ହୋଇଯାଇଛି। ବିଶେଷକରି ବରଗଡ଼ ଜିଲାର ସାଇ ମଲ୍‌ଟି ସ୍ପେଶାଲିଟି ହସ୍ପିଟାଲ ଓ ଲାୟନ୍ସ କ୍ଲବ ବରଗଡ଼ ପକ୍ଷରୁ ଉକ୍ତ ଶିବିରର ଆୟୋଜନ କରାଯାଇଥିଲା।

ଏହି ପରିପ୍ରେକ୍ଷୀରେ ବିଏମ୍‌ସିର ବରିଷ୍ଠ କର୍କଟ ରୋଗ ବିଶେଷଜ୍ଞ ଡା.କଲ୍ୟାଣ ପାଣ୍ଡେ ଓ ତାଙ୍କ ସହଯୋଗୀମାନେ ଉକ୍ତ ଶିବିରରେ ଯୋଗଦେଇ କର୍କଟ ରୋଗୀମାନଙ୍କ ପରୀକ୍ଷା ସହ ଅତ୍ୟାବଶ୍ୟକ ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସାଇ ମଲ୍‌ଟି ସ୍ପେଶାଲିଟି ହସ୍ପିଟାଲର ଡା.ପ୍ରବୀଣ ଅଗ୍ରଓ୍ବାଲ, ଡା. ଅର୍ଚ୍ଚନା ଅଗ୍ରଓ୍ବାଲ, ଲାୟନ୍ସ କ୍ଲବର ଜୟନ୍ତୀ ବେହେରା, ଅମରଜିତ ସିଂହ ପ୍ରମୁଖ ଉକ୍ତ ଶିବିରରେ ଉପସ୍ଥିତ ରହି ଆବଶ୍ୟକ ସହଯୋଗ କରିଥିଲେ।

ଅପରପକ୍ଷରେ ସାଇ ମଲ୍‌ଟି ହସ୍ପିଟାଲ ପକ୍ଷରୁ ଉକ୍ତ ଶିବିର ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ଉଲ୍ଲେଖଯୋଗ୍ୟ, ଉକ୍ତ ଶିବିର ଜରିଆରେ ୩୫ରୁ ଅଧିକ ରୋଗୀ ଚିକିତ୍ସା ଓ ପରୀକ୍ଷା କରାଇଥିଲେ। ସୂଚନାଯୋଗ୍ୟ, ବରଗଡ଼ (ଓଡ଼ିଶା) ଜିଲାର ସାଇ ମଲ୍‌ଟି ସ୍ପେଶାଲିଟି ହସ୍ପିଟାଲ, ବିଏମ୍‌ସି ଏବଂ ଲାଏନ୍ସ କ୍ଲବର ମିଳିତ ସହଯୋଗରେ ଉକ୍ତ ଶିବିର ଅନୁଷ୍ଠିତ ହୋଇଯାଇଛି।

Share