ତଟକା ଫଳମୂଳ ଆମ ସ୍ବାସ୍ଥ୍ୟ ପାଇଁ କେତେ ଉପକାରୀ ତାହା କହିବା ବାହୁଲ୍ୟ। ନିୟମିତ ଏହାକୁ ଖାଇଲେ ଏହା ସ୍ବାସ୍ଥ୍ୟ ଲାଗି ଆହୁରି ଲାଭପ୍ରଦ ହୋଇଥାଏ। ଏକ ସଦ୍ୟତମ ଗବେଷଣାରୁ ଜଣାପଡିଛି ଯେ, ତଟକା ଫଳମୂଳରେ ଏପରି ତତ୍ତ୍ୱ ରହିଛି ଯାହା କ୍ୟାନ୍ସର ଟ୍ୟୁମରକୁ ବୃଦ୍ଧି ହେବାରୁ କେତେକାଂଶରେ ରୋକିଥାଏ। ଆମେରିକାସ୍ଥିତ ଟେକ୍ସାସ ୟୁନିଭର୍ସିଟିର ବିଶେଷଜ୍ଞମାନେ ତଟକା ଫଳମୂଳରେ ଏପରି ଏକ ତତ୍ତ୍ୱ ଖୋଜିପାଇଛନ୍ତି ଯାହା କ୍ୟାନ୍ସର ଟ୍ୟୁମରକୁ ବଢ଼ାଇବାକୁ ଦେଇ ନ ଥାଏ। ବିଶେଷ ଭାବରେ ଆପଲ, ଅଙ୍ଗୁର ଏପରି କି ହଳଦୀ ଗୁଣ୍ଡରେ ଏହି ତତ୍ତ୍ୱ ରହିଛି ବୋଲି ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି।