ବଢ଼ୁଛି କାଣ୍ଡିଡା ଅରିସ୍‌ ଫଙ୍ଗାଲ୍‌ ସଂକ୍ରମଣ

ଓ୍ବାଶିଂଟନ୍‌,୨୨ା୩: ଆମେରିକାରେ ପ୍ରାଣଘାତୀ କାଣ୍ଡିଡା ଆରିସ୍‌ ଫଙ୍ଗାଲ୍‌ ସଂକ୍ରମଣ ବଢ଼ିବାରେ ଲାଗିଛି। ଏଥିରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ସେଣ୍ଟର୍ସ ଫର୍‌ ଡିଜିଜ୍‌ କଣ୍ଟ୍ରୋଲ୍‌ ଆଣ୍ଡ ପ୍ରିଭେନ୍‌ଶନ୍‌ (ସିଡିସି) ପକ୍ଷରୁ ସୋମବାର ସୂଚନା ଦିଆଯାଇଛି। ୨୦୧୯ରେ ଦେଶରେ ମୋଟ ୪୭୬ କାଣ୍ଡିଡା ଅରିସ ଫଙ୍ଗାଲ୍‌ ଆକ୍ରାନ୍ତ ହୋଇଥିବାବେଳେ ୨୦୨୧ରେ ସଂକ୍ରମିତଙ୍କ ସଂଖ୍ୟା ୧,୪୭୧ରେ ପହଞ୍ଚତ୍ଥିବା ସିଡିସି ଡେଟାରେ ଉଲ୍ଲେଖ କରାଯାଇଛି। ଅଦ୍ୟାବଧି ଦେଶରେ ମୋଟ ୪,୦୪୦ ଜଣ କାଣ୍ଡିଡା ଅରିସ୍‌ ଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଯେଉଁମାନଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଅଧିକ ସେମାନଙ୍କୁ ଏହି ଫଙ୍ଗାଲ୍‌ ଇନ୍‌ଫେକ୍ସନ୍‌ର ଡର ନ ଥିବା ଡାକ୍ତରମାନେ କହିଛନ୍ତି। କିନ୍ତୁ ଭେଣ୍ଟିଲେଟର ଓ କେମୋଥେରାପି ନେଉଥିବା କ୍ୟାନ୍‌ସର ରୋଗୀ ପ୍ରାଣଘାତୀ କାଣ୍ଡିଡା ଅରିସ ଦ୍ୱାରା ଆକ୍ରାନ୍ତ ହେବାର ଅଧିକ ଆଶଙ୍କା ରହିଛି। ଆକ୍ରାନ୍ତଙ୍କ ସଂସ୍ପର୍ଷରେ ଆସିବା ଏବଂ ରୋଗୀଙ୍କ ଦ୍ୱାରା ବ୍ୟବହୃତ ବସ୍ତୁକୁ ବ୍ୟବହାର କରିବା ଯୋଗୁ ଏହି ରୋଗ ବ୍ୟାପିଥାଏ ବୋଲି ବିଶେଷଜ୍ଞ କହିଛନ୍ତି।

Share