ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ଭୁଲ୍‌ ତଥ୍ୟ ଦେଲେ ୬ ମାସ ଜେଲ୍‌

ଭୁବନେଶ୍ୱର,୨୫ା୧୨(ବ୍ୟୁରୋ): ଲୋକ ସଭା ଓ ବିଧାନସଭା ଭଳି ପଞ୍ଚାୟତ ନିର୍ବାଚନରେ ମଧ୍ୟ ପ୍ରାର୍ଥିପତ୍ର ଦାଖଲ ସମୟରେ ପ୍ରାର୍ଥୀ ସତ୍ୟପାଠ କରିବେ। ଏଣିକି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ଭୁଲ ତଥ୍ୟ ଦେଲେ ୬ମାସ ଜେଲ ଦଣ୍ଡ ଭୋଗିବା ସହ ଜରିମାନା ଦେବାକୁ ପଡ଼ିବ। ପ୍ରାର୍ଥୀଙ୍କ ଅପରାଧିକ ମାମଲା, ସମ୍ପତ୍ତି ଓ ଶିକ୍ଷାଗତ ଯୋଗ୍ୟତା ସମ୍ପର୍କିତ ତଥ୍ୟ ସତ୍ୟପାଠରେ ରହିବ । ନାମାଙ୍କନ ଦାଖଲ ବେଳେ ପ୍ରାର୍ଥୀମାନେ ଏସବୁ ତଥ୍ୟ ଦେବା ବାଧ୍ୟତାମୂଳକ। ଯଦି କୌଣସି ପ୍ରାର୍ଥୀ ସତ୍ୟପାଠରେ ମିଥ୍ୟା ତଥ୍ୟ ଦେଇଥିବେ, ତେବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ପୂର୍ବରୁ ସତ୍ୟପାଠ ଦାଖଲର ବ୍ୟବସ୍ଥା ଥିଲେ ମଧ୍ୟ ଦଣ୍ଡ ବ୍ୟବସ୍ଥା ନ ଥିଲା। ଚଳିତ ବର୍ଷ ନିର୍ବାଚନରେ ସ୍ବଚ୍ଛତା ଆଣିବାକୁ ରାଜ୍ୟ ସରକାର ପଞ୍ଚାୟତ ଆଇନର ସଂଶୋଧନ ନେଇ ଅଧ୍ୟାଦେଶ ଜାରି କରିଛନ୍ତି। ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନ – ୧୯୬୪, ଓଡ଼ିଶା ପଞ୍ଚାୟତ ସମିତି ଆଇନ- ୧୯୫୯, ଜିଲା ପରିଷଦ ଆଇନ- ୧୯୯୧ ସଂଶୋଧନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ ସମୁଦ୍ରରେ ନିଖୋଜ ଯୁବକଙ୍କ ମୃତଦେହ ମିଳିଲା

ପୁରୀ,୨୭ା୧୨(ଅଜିତ୍‌ କୁମାର ମହାନ୍ତି): ପୁରୀ ସମୁଦ୍ରରେ ଗୁରୁବାର ଗାଧୋଉଥିବାବେଳେ ବରଗଡ଼ ଜିଲାର ଶୁଭ ପାତ୍ର ନାମକ ଯୁବକ ଭାସିଯାଇ ନିଖୋଜ ଥିଲେ। ଶୁକ୍ରବାର ଦିଗବାରେଣୀ ଖୁଣ୍ଟି...

ଅଖା ବନ୍ଧା ଅବସ୍ଥାରେ ନିଖୋଜ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର, ପୋଲିସର ତଦନ୍ତ ଜାରି

ଗଜପତି,୨୭।୧୨(ଗିରିଧାରୀ ପରିଛା): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡିରେ ଘଟିଛି ରହସ୍ୟ ଜନକ ହତ୍ୟା କାଣ୍ଡ। ଦୁଇ ଦିନ ନିଖୋଜ ପରେ ଅଖା ବନ୍ଧା ଅବସ୍ଥାରେ...

ବାଛୁରୀକୁ ଖାଇଗଲା ବାଘ

ଭଞ୍ଜନଗର,୨୭ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସହରତଳି ଚ୍ଛେଦାଭୂମିରେ ଏକ ହେଟାବାଘ ବାଛୁରୀକୁ ମାରି ଖାଇ ଦେଇଥିବା ଅଭିଯୋଗ ହେଶଇଛି। ବାଛୁରୀ ମାଲିକ ବଳରାମ ଗୌଡ...

ରାଜଧାନୀରେ ମାତିଛନ୍ତି ଲୁଟେରା: ଘରେ ପଶି ଲୁଟିନେଲେ ୨୦ ଲକ୍ଷ ଟଙ୍କାର ଅଳଙ୍କାର

ଭୁବନେଶ୍ୱର,୨୭।୧୨: କମିଶନରେଟ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଚୋରମାନେ ନିୟମିତ ଭାବେ ଭୁବନେଶ୍ୱରରେ ଫ୍ଲାଟ ଏବଂ ଘରକୁ ଟାର୍ଗେଟ କରୁଛନ୍ତି। ସଦ୍ୟତମ ଚୋରି ଘଟଣାରେ ରାଜଧାନୀ...

ସୁନ୍ଦରଗଡ଼ରେ ଚାଞ୍ଚଲ୍ୟ: ପାଳପକାଇ ସ୍କୁଟି ସହ ଯୁବକଙ୍କୁ ଜାଳିଦେଲେ

ସୁନ୍ଦରଗଡ଼,୨୮।୧୨(ଜୟ ନାରାୟଣ ମେଣ୍ଡୁଳି): ପାଳଗଦାରୁ ସ୍କୁଟି ସହ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଜବତ ହୋଇଛି। ଏଭଳି ଘଟଣା ଘଟିଛି ସୁନ୍ଦରଗଡ ଜିଲା ଲେଫ୍ରିପଡ଼ା ଥାନା ସର୍ଗିପାଲି...

ମୃତ ଚାଷୀଙ୍କ ପରିବାରଙ୍କୁ ୧ ଲକ୍ଷ ଟଙ୍କା ସହାୟତା ଦେଲେ ଅଭିନେତ୍ରୀ ରାଣୀ ପଣ୍ଡା

ସାକ୍ଷୀଗୋପାଳ,୨୭।୧୨(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ୪ଦିନ ତଳେ ମତ୍ୟୁବରଣ କରିଥିବା ସ୍ଥାନୀୟ ଡୁଙ୍ଗର ଗ୍ରାମର ମୃତ ଚାଷୀ ପୂର୍ଣଚନ୍ଦ୍ର ଦଳେଇଙ୍କ ପରିବାର ଲୋକଙ୍କୁ ଅଭିନେତ୍ରୀ ରାଣୀ...

୫ ବର୍ଷ ନୁହେଁ, ୩ ବର୍ଷରେ ଲୋକେ ଅନ୍ୟ ଦଳକୁ ଭୁଲିଯିବେ: ପୃଥ୍ବୀରାଜ

ଭୁବନେଶ୍ୱର,୨୭।୧୨: ପ୍ରଶାସନକୁ ଅଧିକ କ୍ରିୟାଶୀଳ କରି ବିକାଶ କାର୍ଯ୍ୟକୁ ଆଗେଇ ନେବା ଏବଂ ଲୋକଙ୍କ ସମସ୍ୟାର ତ୍ୱରିତ୍‌ ସମାଧାନ ପାଇଁ ମନ୍ତ୍ରୀମାନଙ୍କୁ ୩୦ ଜିଲାର ଦାୟିତ୍ୱ...

ପୁଣି ଆସୁଛି ବର୍ଷା! ଏହି ସବୁ ଜିଲାରେ ଛେଚିବ

ଭୁବନେଶ୍ୱର,୨୭।୧୨: ଆସନ୍ତାକାଲି ଠାରୁ ପଶ୍ଚିମ ଓଡ଼ିଶାରେ ୨ ଦିନ ବର୍ଷା ସମ୍ଭାବନା ରହିଛି। ପଶ୍ଚିମାଝଡ଼ ପ୍ରଭାବରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ୨୮ ତାରିଖରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri