ଗଞ୍ଜାମ,୧୯।୩(ଡି.ଏନ୍.ଏ.): ପୌର ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ଉଷ୍ମତା ସେତିକି ବଢୁଛି । ପୁଇଁତୋଳା, ଦାମୋଦରପୁର, ପଣ୍ଡାସାହି, ଦୁର୍ଗାଦେବୀ ସାହିରେ ବିଜେଡି ଚେୟାରମ୍ୟାନ ପ୍ରାର୍ଥିନୀ ଝୁଲି ପାତ୍ର ଓ ବିଜେଡି କାଉନସିଲର ପ୍ରାର୍ଥୀମାନେ ମିଶିି ଘରଘର ବୁଲି ଭୋଟ ଭିକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ଶାସନ ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ଲୋକଙ୍କୁ କହି ନିଜ ସପକ୍ଷରେ ଭୋଟ ଦେବା ପାଇଁ ନେବେଦନ କରୁଛନ୍ତି। ଏନ୍ଏସି ବିଜେଡି ଯୁବ ସଭାପତି ସୁଧୀର କୁମାର ପାଢ଼ୀ, ଯୁବ ସଂଗଠକ ତଥା ଛାତ୍ର ସଭାପତି ରାକେଶ ରଞ୍ଜନ ଦାସ, ପୂର୍ବତନ ଏନ୍ଏସି ଅଧକ୍ଷା ଊର୍ମିଳା ପଲାଇ ପ୍ରମୁଖ ପୌର ନିର୍ବାଚନ ପ୍ରଚାରର ମଙ୍ଗ ଧରିଛନ୍ତି।