ଭୁବନେଶ୍ୱର, ୧୨ା୩(ବ୍ୟୁରୋ): ରାଜ୍ୟରେ ବର୍ତ୍ତମାନ ପୌର ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇସାରିଲାଣି। ମାତ୍ର ତ୍ରୁଟିପୂର୍ଣ୍ଣ ଭୋଟର ତାଲିକା ଯୋଗୁ ଗତ ପଞ୍ଚାୟତ ନିର୍ବାଚନରେ ଲଢ଼ୁଥିବା ପ୍ରାର୍ଥୀମାନେ ପୁଣି ଚଳିତ ପୌର ନିର୍ବାଚନରେ ପ୍ରାର୍ଥୀ ହୋଇଛନ୍ତି। ଏହା ବିରୋଧରେ କୌଣସି ଯାଞ୍ଚ ବା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ। ଶାସକ ଦଳର ଷଡ଼ଯନ୍ତ୍ର ଏବଂ ରାଜ୍ୟ ନିର୍ବାଚନ କମିଶନଙ୍କ ନୀରବତା ଓ ପକ୍ଷପାତିତାର ଅଭିଯୋଗ କରିଛି ଭାଜପା। ଏ ନେଇ ଭାଜପାର ଏକ ପ୍ରତିନିଧି ଦଳ ଶୁକ୍ରବାର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଅବଗତ କରାଇବା ସହ ତୁରନ୍ତ ବିହୀତ ପଦକ୍ଷେପ ଗ୍ରହଣ କରିବାକୁ ଦାବି ଜଣାଇଛି।