ପ୍ରାର୍ଥୀଙ୍କୁ ହତ୍ୟା ଧମକ, ଚିରିଲେ ବ୍ୟାନର

ପାଟଣାଗଡ଼,୧୧ା୨(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ପାଟଣାଗଡ଼ ବ୍ଲକ ଭଇଁଷାଠାରେ ସମିତି ସଭ୍ୟ ପ୍ରାର୍ଥିନୀ ଭାନୁପ୍ରିୟା ନାଏକଙ୍କୁ ପ୍ରଚାର ବେଳେ କେତେକ ବ୍ୟକ୍ତି ଗାଳିଗୁଲଜ କରିଥିବା ଧମକ ଦେଇଥିବା ଅଭିଯୋଗ ହୋଇଛି। ଏ ନେଇ ଭାନୁପ୍ରିୟା ପାଟଣାଗଡ଼ ଥାନାରେ ଅଭିଯୋଗ କରିଛନ୍ତି।

ଅଭିଯୋଗ ମୁତାବକ, ମହିଳା ସମର୍ଥକଙ୍କ ସହ ସେ ଭଇଁଷା ପଞ୍ଚାୟତ ଅନ୍ତର୍ଗତ ଝାଙ୍କରିପାଲିରୁ ପ୍ରଚାର ସାରି ଏକ ବୋଲେରୋ ଗାଡିରେ ଫେରୁଥିବା ବେଳେ ଭଇଁଷା ମିର୍ଦ୍ଧାପଡା ନିକଟରେ ୩ଜଣ ବ୍ୟକ୍ତି ତାଙ୍କ ପ୍ରଚାର ଗାଡିକୁ ଅଟକାଇ ଥିଲେ। କୌଣସି କାରଣ ନ ଥାଇ ସେମାନେ ତାଙ୍କୁ ଗାଳିଗୁଲଜ କରିଥିଲେ। ପ୍ରଚାର ବନ୍ଦ କରିବାକୁ ଧମକ ଦେବା ସହ ପୋଷ୍ଟର ବ୍ୟାନର ଚିରି ଥିଲେ। ଏପରି କି ଗାଡି ଚାଳକଙ୍କୁ ମାଡ଼ ମାରିବା ସହ ଆଗକୁ ପ୍ରଚାର ବନ୍ଦ ନ କଲେ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ। ଅଭିଯୋଗକୁ ଭିତ୍ତି କରି ପାଟଣାଗଡ଼ ଥାନାରେ ଏକ ମାମଲା ରୁଜୁ ହୋଇଛି। ଘଟଣାର ତଦନ୍ତ ଚାଲିଥିବା ଏସ୍‌ଡିପିଓ ଜ୍ୟୋତିର୍ମୟ ଭୁକ୍ତା କହିଛନ୍ତି।

Share