ଗଞ୍ଜାମ,୨୦ା୧(ଡି.ଏନ୍.ଏ.): ଆସନ୍ତା ଫେବୃୟାରୀ ୨୦ରେ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ କରୁଛନ୍ତି ପ୍ରାର୍ଥୀ। ନାମାଙ୍କନପତ୍ର ଦାଖଲକୁ ଆଉ ମାତ୍ର ଗୋଟିଏ ଦିନ ବାକିଥିବାବେଳେ ଗୁରୁବାର ଏକାଧିକ ପ୍ରାର୍ଥୀ ନିଜ ନିଜ ସମର୍ଥକଙ୍କ ସହ ବାଇକ୍ରେ ଗଞ୍ଜାମ ବ୍ଲକ ଆସି ନାମାଙ୍କନପତ୍ର ଦାଖଲ କରିଛନ୍ତି। କିନ୍ତୁ ସରକାରଙ୍କ କୋଭିଡ୍ ଗାଇଡ୍ଲାଇନ୍ ଉଲ୍ଲଂଘନ କରିଥିବା ୭ ବାଇକ୍ ଜବତ କରିଥିଲା ଗଞ୍ଜାମ ପୋଲିସ । ପରେ ଜବତ ହୋଇଥିବା ଗାଡ଼ିକୁ ବାଇକଚାଳକମାନେ ଜରିମାନା ଦେଇ ଗାଡ଼ି ନେଇଥିବା ଗଞ୍ଜାମ ଥାନା ଆଇଆଇସି ଶୁଭେନ୍ଦୁ କୁମାର ସାହୁ ସୂଚନା ଦେଇଛନ୍ତି।