କୋକସରା,୩।୨(ଡି.ଏନ୍.ଏ.): ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀଙ୍କୁ ନିର୍ବାଚନୀ ଚିହ୍ନ ମିଳିବା ପରେ ଜୋର ଧରିଛି ପ୍ରଚାର। ପ୍ରାର୍ଥୀମାନେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଉଦ୍ୟମ ଆରମ୍ଭ କରି ଦେଇଛନ୍ତି। କିଏ ହାତରେ ଜୀଅନ୍ତା ମାଛ ଧରି ଭୋଟ ମାଗୁଛନ୍ତି ତ କିଏ ବହି ଧରି ଭୋଟ ଭିକ୍ଷା କରୁଛନ୍ତି। ଏଭଳିସ୍ଥିତିରେ କଳାହାଣ୍ଡି ଜିଲା କୋକସରା ବ୍ଲକ ଲଡୁଗାଁ ପଞ୍ଚାୟତରେ ସରପଞ୍ଚ ପାଇଁ ୬ ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ୁଥିବା ବେଳେ ଲଙ୍ଗଳ ଚିହ୍ନ ମିଳିଥିବା ଭଗବାନ ପଟ୍ଟନାୟକ ନିଆରା ଢଙ୍ଗରେ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି। ସେ ଏକ ଲଙ୍ଗଳକୁ କାନ୍ଧରେ ଧରି ନିର୍ବାଚନୀ ପ୍ରଚାର କରୁଛନ୍ତି। ଯାହାକୁ ନେଇ ଭୋଟର ଓ ଲୋକଙ୍କ ମଧ୍ୟରେ କୌତୁହଳ ଦେଖିବାକୁ ମିଳିଛି।