୪୦ ହଜାର ବଙ୍ଗୀୟ ଭୋଟରଙ୍କ ଉପରେ ପ୍ରାର୍ଥୀଙ୍କ ନଜର,

ମହାକାଳପଡ଼ା,୨୭ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲାର ମହାକାଳପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ମହାକାଳପଡ଼ା ବ୍ଲକର ୩୧ ଓ ମାର୍ଶାଘାଇ ବ୍ଲକର ୧୭ ପଞ୍ଚାୟତକୁ ମିଶାଇ ମୋଟ ୪୮ ପଞ୍ଚାୟତରେ ୨ ଲକ୍ଷ ୫୩ ହଜାରରୁ ଅଧିକ ଭୋଟର ରହିଛନ୍ତି। ତେବେ ସମୁଦ୍ରକୂଳିଆ ପଞ୍ଚାୟତ ଭାବେ ପରିଚିତ ବତୀଘର, ଖରିନାଶି, ରାମନଗର, ଜମ୍ବୁ, ସୁନିତି, ନାଞ୍ଜୁରା, କେବି ଦାଣ୍ଡୁଆ, ବଉଳକଣି, ପେଟଛେଲା ଆଦି ପଞ୍ଚାୟତରେ ୪୦ ହଜାରରୁ ଅଧିକ ବଙ୍ଗୀୟ ଭୋଟର ରହିଛନ୍ତି। ଏହି ଭୋଟକୁ ହାତେଇବା ପାଇଁ ବିଭିନ୍ନ ରାଜନୈତିକ ଦଳର ନେତାମାନେ ଅଣ୍ଟା ଭିଡ଼ିଛନ୍ତି।
ଏହି ପଞ୍ଚାୟତରେ ଶାସକ ଦଳର ପ୍ରଭାବ ଥିବାବେଳେ କଂଗ୍ରେସ ଓ ଭାଜପାର ନେତାମାନେ ତୁହାକୁ ତୁହା ବୈଠକ କରୁଛନ୍ତି। ଏହି ଅଞ୍ଚଳରେ ବହୁସଂଖ୍ୟାରେ ଗରିବ, ଖଟିଖିଆ, କୃଷକ, ମୂଲିଆ, ଆଦିବାସୀ ଓ ମତ୍ସ୍ୟଜୀବୀ ରହିଛନ୍ତି। ୨୦୦୯ରୁ କ୍ରମାଗତ ବିଜୟୀ ହୋଇଆସୁଥିବା ବିଜେଡିର ବିଧାୟକ ଅତନୁ ସବ୍ୟସାଚୀ ନାୟକ ଏଥର ମଧ୍ୟ ପ୍ରାର୍ଥୀ ହୋଇଛନ୍ତି। ତାଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ଭାଜପା ପ୍ରାର୍ଥୀ ଯୁବ ନେତା ଦୁର୍ଗା ପ୍ରସନ୍ନ ନାୟକ ଓ କଂଗ୍ରେସର ନବାଗତ ଯୁବପ୍ରାର୍ଥୀ ଲୋକନାଥ ମହାରଥୀ। ବିଜେଡି ବିଧାୟକ ପ୍ରାର୍ଥୀ ନାୟକ ୨୪ ବର୍ଷର ରାଜନୈତିକ ଅନୁଭୂତିକୁ ପାଥେୟକରି ଗୋଟିଚାଳନା କରୁଛନ୍ତି। ସେହିପରି ନବାଗତ ଭାଜପା ପ୍ରାର୍ଥୀ ନାୟକ ଓ କଂଗ୍ରେସ ପ୍ରାର୍ଥୀ ମହାରଥୀ ମଧ୍ୟ ମାପି ଚୁପି ଗୋଟିଚାଳନା କରୁଛନ୍ତି। ପ୍ରାର୍ଥୀମାନେ  ସେମାନଙ୍କ ଦଳର କର୍ମୀମାନଙ୍କୁ ନେଇ ଛୋଟ ବଡ଼ ବୈଠକ କରୁଥିବା ଦେଖିବାକୁ ମିଳୁଛି। ବିଶେଷକରି ମହିଳା ଗୋଷ୍ଠୀର ସଦସ୍ୟମାନେ ନିଜ ନିଜ ସପକ୍ଷ ପ୍ରାର୍ଥୀମାନଙ୍କ ପାଇଁ ବୈଠକ କରୁଥିବା ନଜରକୁ ଆସିଛି। ପ୍ରବାସରେ ଥିବା ବ୍ୟକ୍ତି, କାମଧନ୍ଦା କରିବାକୁ ଯାଇଥିବା ଭୋଟରମାନେ ଏବେଠୁ ଘରବାହୁଡ଼ା କରୁଥିବା ଦେଖିବାକୁ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ ହେଲା ମହାନଗର ନିଗମ: ଚଣ୍ଡିଖୋଲ ସମେତ ଏସବୁ ସହର ହେଲା NAC

ଭୁବନେଶ୍ବର,୩୧ା୧୨: ନୂଆ ବର୍ଷ ପୂର୍ବରୁ ରାଜ୍ୟର ପୌର ପ୍ରଶାସନ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ପବିତ୍ର ପୁରୀ ସହରକୁ ସରକାର ମହାନଗର ନିଗମର...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…

ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍‌ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...

ଉଷୁ କପ ପ୍ରତିଯୋଗିତାରେ ବଲାଙ୍ଗୀରକୁ ୩ ପଦକ, ଜିଲା ପ୍ରଶାସନ ପକ୍ଷରୁ ଖେଳାଳୀଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗୀର,୩୧/୧୨ -( ସୁନିଲ କୁମାର ମହାନ୍ତି): ଦ୍ବିତୀୟ ତମ ଜାତୀୟ ଫେଡେରେସନ ଉଷୁ କପ ପ୍ରତିଯୋଗିତା ଛତିଶଗଡ଼ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗୀତା...

ଅତ୍ୟାଚାର, ଶୋଷଣ ବିରୋଧରେ ସ୍ବର ଉତ୍ତୋଳନ ଲୋଡ଼ା

ଭଞ୍ଜନଗର,୩୧ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ରାଧାକୃଷ୍ଣ ପାଠାଗାରରେ ଚକରା ବିଷୋୟୀ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ‘ଚକରା ବିଷୋୟୀଙ୍କ ଐତିହାସିକ...

ବାଇକ୍‌କୁ ଧକ୍କାଦେଲା ବାଇକ୍‌, ମହିଳାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥ ଶନିମନ୍ଦିର ଛକଠାରେ ପୁଣି ଏକ ଦୁର୍ଘଟଣା ଘଟିଛି। ବିପଦସଙ୍କୁଳ ଛକ କୁହାଯାଉଥିବା ଏହି ଛକଠାରେ ବୁଧବାର ଅପରାହ୍ନରେ...

ଆଶ୍ଚର୍ଯ୍ୟ…ଚଳନ୍ତା ଯାତ୍ରୀବାହୀ ବସରୁ ଛିଡିପଡ଼ିଲା ଚକା, ଅଳ୍ପକେ ବର୍ତ୍ତିଲେ ୪୦ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ  

ଦିଗପହଣ୍ଡି,୩୧|୧୨(ଅଶେଷ ନାଥ ମିଶ୍ର): ଏକ  ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଯାତ୍ରୀବାହୀ ବସ୍ ।ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟରାଜପଥର  ଗଣିଆନାଳ ଛକ...

ନୂଆବର୍ଷରୁ ଶନିଙ୍କ ସାଢେ ସାତ ଚାଲି ଆରମ୍ଭ; ଏହି ୩ ରାଶିର ଖରାପ ଟାଇମ ଷ୍ଟାର୍ଟ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହରାଜ ଶନିଙ୍କୁ କର୍ମଫଳ ଦାତା ଓ ନ୍ୟାୟ ପ୍ରଦାତା ଗ୍ରହ ଭାବେ ଗଣନା କରଯାଇଥାଏ । ଶନି ଯେତେବେଳେ ଗୋଟିଏ ରାଶିରେ ଦୀର୍ଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri