ପ୍ରାର୍ଥିପତ୍ର ପ୍ରତ୍ୟାହାର କଲେ କଂଗ୍ରେସର ଚେୟାରମ୍ୟାନ ପ୍ରାର୍ଥୀ

ରାଜଗାଙ୍ଗପୁର,୧୫।୩(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ପୌରନିର୍ବାଚନ ପ୍ରକ୍ରିୟାରେ ସୋମବାର ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର ରହିଥିଲା। ଏହି ପରିପ୍ରେକ୍ଷୀରେ ଚେୟାରମ୍ୟାନ ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା କଂଗ୍ରେସ ପ୍ରାର୍ଥୀ ଇଫତେକାର ଅହମ୍ମଦ ଓ ସ୍ବାଧୀନ ପ୍ରାର୍ଥୀ ତନ୍ମୟ ସିଂ ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର କରିଥିଲେ।

୨ଜଣ ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର ପରେ ରଣାଙ୍ଗନାରେ ରହିଛନ୍ତି ୯ ଚେୟାରମ୍ୟାନ ପ୍ରାର୍ଥୀ। କିନ୍ତୁ କଂଗ୍ରେସ ଚେୟାରମ୍ୟାନ ପ୍ରାର୍ଥୀଙ୍କ ପ୍ରାର୍ଥତ୍ପତ୍ର ପ୍ରତ୍ୟାହାରକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି । କଂଗ୍ରେସ ପ୍ରାର୍ଥୀ ନିଜର ପୁଅଙ୍କ ଦେହ ଖରାପ ଯୋଗୁ ୧୦ ତାରିଖଠାରୁ ନିଜର ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର ପାଇଁ ଆବେଦନ କରିଥିଲେ। ରାଜଗାଙ୍ଗପୁର ସହରର ତୁଙ୍ଗନେତା ଏପରି ଅଚାନକ ଭାବେ ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର କରିବା ଘଟଣାକୁ ନେଇ ଭିନ୍ନଭିନ୍ନ ମତ ପ୍ରକାଶ ପାଉଛି। ଆଗାମୀ ଦିନରେ କଂଗ୍ରେସ ଏହି ପୌରନିର୍ବାଚନରେ କଣ କରିବ ତାହା ସାଧାରଣରେ ଦେଖିବା ବାକି ରହିଛି। ସେହିପରି ୨୦ଟି କାଉନସିଲର ପଦବୀ ପାଇଁ ମୋଟ ୯୬ ପ୍ରାର୍ଥତ୍ପତ୍ରରୁ ୫ ଜଣ ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର ପରେ ରଣାଙ୍ଗନରେ ରହିଲେ ଆଉ ୯୧ କାଉନସିଲର ପ୍ରାର୍ଥୀ।