ଭୁବନେଶ୍ୱର,୧୩।୧(ବ୍ୟୁରୋ): ଓଡିଶା ସିଭିଲ ସର୍ଭିସ ମେନ୍ ପରୀକ୍ଷା ସ୍ଥଗିତ ରଖିବାକୁ ଦାବି କରାଯାଉଛି। ପରୀକ୍ଷାର୍ଥୀ ମେନ୍ ପରୀକ୍ଷା ସ୍ଥଗିତ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। କରୋନା ସ୍ଥିତି ସ୍ବାଭାବିିକ ନ ହେବା ଯାଏ ପରୀକ୍ଷା ସ୍ଥଗିତ ରଖିବାକୁ ପରୀକ୍ଷାର୍ଥୀ ଅନୁରୋଧ କରିଛନ୍ତି।
ରାଜ୍ୟରେ କରୋନା ସଂକ୍ରମଣ ଏବେ ଉପରମୁହାଁ ରହିଛି। ଏଭଳି ସ୍ଥିତିରେ ପରୀକ୍ଷା ଓସିଏସ୍ ପରୀକ୍ଷା କିପରି ହେବ, ତାହାକୁ ନେଇ ଏବେ ପରୀକ୍ଷାର୍ଥୀ ଚିନ୍ତାରେ ଅଛନ୍ତି। ଆସନ୍ତା ୨୦ରୁ ପରୀକ୍ଷା ଆରମ୍ଭ ହୋଇ ଫେବୃୟାରୀ ୮ ପର୍ଯ୍ୟନ୍ତ ଚାଲିବ। ୪,୭୫୪ ଚଳିତ ବର୍ଷ ମେନ୍ ପରୀକ୍ଷା ଦେବେ । ରାଜ୍ୟର ୫ଟି ସହରରେ ପରୀକ୍ଷା ଅନୁଷ୍ଠିତ ହେବ।