Categories: ଜାତୀୟ

ଇଣ୍ଟରପୋଲ୍‌ ଟପ୍‌ କମିଟିରେ ଭାରତୀୟ

ନୂଆଦିଲ୍ଲୀ, ୨୫।୧୧: ସିବିଆଇ ସ୍ବତନ୍ତ୍ର ନିର୍ଦ୍ଦେଶକ ପ୍ରବୀଣ ସିହ୍ନା ଗୁରୁବାର ଏସିଆ ମହାଦେଶରୁ ଇଣ୍ଟରପୋଲ କାର୍ଯ୍ୟକାରିଣୀ କମିଟିକୁ ପ୍ରତିନିଧି ଭାବେ ନିର୍ବାଚିତ ହୋଇଛନ୍ତି। ଏହି କମିଟିର ଦୁଇଟି ପଦବୀ ପାଇଁ ହୋଇଥିବା ନର୍ବାଚନରେ ଚାଇନା, ସିଙ୍ଗାପୁର, ରିପବ୍ଳିକ୍‌ ଅଫ୍‌ କୋରିଆ ଏବଂ ଜୋର୍ଡାନରୁ ପ୍ରାର୍ଥୀ ହୋଇଥିଲେ। ଇସ୍ତାନବୁଲଠାରେ ଇଣ୍ଟରପୋଲିର ୮୯ତମ ସାଧାରଣ ସଭା ଚାଲିଥିବା ବେଳେ ଏହି ନିର୍ବାଚନ ଅନୁଷ୍ଠିତ ହୋଇଥିଲା।

Share