ଗଞ୍ଜାମରେ ନାମାଙ୍କନପତ୍ର ଦାଖଲ କଲେ ଆଶାୟୀ ପାର୍ଥୀ

ଛତ୍ରପୁର,୧୭।୧(ଡି.ଏନ୍‌.ଏ.):୨୦୨୨ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସୋମବାର ଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଗଞ୍ଜାମ ଜିଲାରେ ଆଜିଠାରୁ ୬୯ ଜିଲା ପରିଷଦ ସଭ୍ୟ, ୫୦୩ ପଞ୍ଚାୟତ ସରପଞ୍ଚ ଓ ସମିତି ସଭ୍ୟ, ୭୦୯୯ ୱାର୍ଡ ମେମ୍ବର ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ଅବସରରେ ଜିଲାର ୨୨ଟି ବ୍ଲକରେ ପଞ୍ଚାୟତ ସମିତି ସଭ୍ୟ ପଦବୀ ଓ ୫୦୩ ପଞ୍ଚାୟତରେ ସରପଞ୍ଚ ଓ ୱାର୍ଡ ମେମ୍ବର ପାଇଁ ଆଶାୟୀ ପ୍ରାର୍ଥୀ ପ୍ରଥମ ଦିନରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋଭିଡ୍‌ କଟକଣା ଯୋଗୁ ଶୋଭାଯାତ୍ରାକୁ ବାରଣ କରାଯାଇଛି। ପ୍ରାର୍ଥୀ, ପ୍ରସ୍ତାବକ ଓ ସମର୍ଥକଙ୍କୁ କେବଳ ଅନୁମତି ରହିଥିବାରୁ ଭିଡ କମ୍‌ ଭିଡ ଦେଖିବାକୁ ମିଳିଥିଲା। ଏହି ପରିପ୍ରେକ୍ଷୀରେ ଛତ୍ରପୁର ବ୍ଲକର ପୋଟଲାମପୁର ପଞ୍ଚାୟତର ସମିତି ସଭ୍ୟ ପଦବୀ ପାଇଁ ପ୍ରଥମ ଦିନରେ ରବୀନ୍ଦ୍ର ନାହାକ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

 

Share