ଗଞ୍ଜାମ ଏନ୍‌ଏସି ପାଇଁ ନାମାଙ୍କନପତ୍ର ଦାଖଲ କଲେ ପ୍ରାର୍ଥୀ

ଗଞ୍ଜାମ,୬ା୩(ଡି.ଏନ୍‌.ଏ.): ଗଞ୍ଜାମ ଏନ୍‌ଏସିରେ ଆଗାମୀ ପୌର ନିର୍ବାଚନ ପାଇଁ ବିଜେଡି ଚେୟାରମ୍ୟାନ ପ୍ରାର୍ଥୀ ଝୁଲି ପାତ୍ରଙ୍କ ସମେତ ୧୦ ଜଣ କାଉନସିଲର ପ୍ରାର୍ଥୀ ରବିବାର ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ଉପସ୍ଥିତିରେ ସେମାନଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି। ବିଜେଡି ଚେୟାରମ୍ୟାନ ପ୍ରାର୍ଥୀଙ୍କ ସମେତ ସମସ୍ତ ଦଳୀୟ କାଉନସିଲର ପ୍ରାର୍ଥୀ ପ୍ରଥମେ ସହରସ୍ଥିତ ଏଲଏମା ମନ୍ଦିରରୁ ବାହାରି ବିଜେଡି ଛାତ୍ର ସଭାପତି ରାକେଶ ରଞ୍ଜନ ଦାସ ଓ ଯୁବ ସଭାପତି ସୁଧୀର କୁମାର ପାଢ଼ୀଙ୍କ ନେତୃତ୍ୱରେ ଏକ ବିରାଟ ବାଇକ ଶୋଭାଯାତ୍ରାରେ ବଡ଼ ବଜାର ପରିକ୍ରମା କରି ଏନ୍‌ଏସି କାର୍ଯ୍ୟାଳୟରେ ପହଞ୍ଚିଥିଲେ।

୧ ନଂ ଓ୍ବାର୍ଡ ପାଇଁ ସୁରେନ୍ଦ୍ର କୁମାର ବାରିକ, ୨ ନଂ ଓ୍ବାର୍ଡ ପାଇଁ ରୀତାଦେବୀ ମହାରଣା, ଓ୍ବାର୍ଡ ନଂ ୩ ପାଇଁ ରଇବାରି ଯାନୀ, ଓ୍ବାର୍ଡ ନଂ ୪ରେ ସବିତା ବେହେରା, ଓ୍ବାର୍ଡ ନଂ ୫ ସଂଯୁକ୍ତା ଦାସ, ଓ୍ବାର୍ଡ ନଂ ୬ ଦଣ୍ଡପାଣି ପରିଡ଼ା, ଓ୍ବାର୍ଡ ନଂ ୭ ପୁରୁଷୋତ୍ତମ ସାହୁ, ଓ୍ବାର୍ଡ ନଂ ୮ ମହାଲକ୍ଷ୍ମୀ ନାୟକ, ଓ୍ବାର୍ଡ ନଂ ୯ ସ୍ବାଗତ ଆଶିଷ ନାୟକ ପ୍ରମୁଖ ନାମାଙ୍କନପତ୍ର ଦାଖଲ କରିଛନ୍ତି।

ନାମାଙ୍କନପତ୍ର ଦାଖଲ ବେଳେ ନିର୍ବାଚନ ଅଧିକାରୀ ତଥା ଗଞ୍ଜାମ ତହସିଲଦାର ଅରୁଣ ଉପସ୍ଥିତ ଥିଲେ। ଏନ୍‌ଏସି କର୍ମଚାରୀ ଲକ୍ଷ୍ମୀ ଚରଣ ପାଢ଼ୀ, କୃଷ୍ଣଚନ୍ଦ୍ର ବୈଦ୍ୟ, କମଳାକାନ୍ତ ଦାସ ସହଯୋଗ କରିଥିଲେ। ରାଜ୍ୟ ନିର୍ବାଚନ ଆୟୋଗର ନିର୍ଦ୍ଧାରିତ ସମୟ ଶେଷ ହୋଇଯିବା ଫଳରେ ୧୦, ୧୧, ୧୨ ଏବଂ ୧୩ର ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ କରି ପାରି ନ ଥିଲେ। ସୋମବାର ସେମାନେ ପ୍ରାର୍ଥିପତ୍ର ଦାଖଲ କରିବେ ବୋଲି ଯୁବ ସଭାପତି ସୁଧୀର ପାଢ଼ୀ ସୂଚନା ଦେଇଛନ୍ତି।

ପୂର୍ବତନ ଏନ୍‌ଏସି ଅଧ୍ୟକ୍ଷା ଉର୍ମଳା ପଲାଇ, ପୂର୍ବତନ ଏମ୍‌ପି ପ୍ରତିନିଧି ସୁଦାମ ଚରଣ ପଲାଇ, ନଗର ସଭାପତି ରାଜୁ ରେଡ୍ଡି, ସୀମାଞ୍ଚଳ ସାହୁ, ଷ୍ଟାର ପ୍ରଚାରକ ମନୋଜ ପଣ୍ଡା, ଯୁବନେତା ଜିତୁ ପଣ୍ଡା, ଅଜୟ କୁମାର ବାରିକ, ମନୋଜ ପ୍ରଧାନ, ପୂର୍ବତନ ନଗର ସଭାପତି ସୁଧୀର କୁମାର ପଲାଇ, ମୁନା ପରିଡ଼ା, ମାନସ ସାହୁ, ରିଣ୍ଟୁ ପଲାଇ ପ୍ରମୁଖ ଉପସ୍ଥିତ ଥିଲେ।

Share