Advertisement

୩୪ ନଂ ଜୋନ୍‌ରେ କେନ୍ଦ୍ର ସରକାରଙ୍କ ଗ୍ୟାରେଣ୍ଟିକୁ ନେଇ ପ୍ରାର୍ଥୀଙ୍କ ଭୋଟ୍‌ ଭିକ୍ଷା

ହାଟଡିହୀ,୧୮।୫(ଶୁଭକାନ୍ତ ନାୟକ)କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ର ଅଧୀନ ହାଟଡିହୀ ବ୍ଲକର ୩୪ନଂ ଜୋନ୍‌ ଅଧୀନ ୭ଟି ପଞ୍ଚାୟତରେ ଭାଜପା ପକ୍ଷରୁ ନିର୍ବାଚନୀ ପ୍ରଚାର କରାଯାଇଛି। ବିଧାୟକ ପ୍ରାର୍ଥୀ ଆଲୋକ ସେଠୀ ଏବଂ ଲୋକ ସଭା ପ୍ରାର୍ଥୀ ଅନନ୍ତ ନାୟକ ହଦଗଡ଼, କେ. ବାଲିପାଳ, ସୋସୋ, ବାଲିବରେଇ,ବାଙ୍ଗୋର,ଧନୁର୍ଜୟପୁର, ପଢିଆରିପଲ୍ଲୀ ପ୍ରଭୃତି ପଞ୍ଚାୟତରେ ପ୍ରଚାର କରିଥିଲେ। କର୍ମୀମାନେ ପ୍ରଥମେ କାନପୁରଠାରେ ଏକାଠି ହୋଇ ସେଠାରୁ ପ୍ରଚାର ଆରମ୍ଭ କରିଥିଲେ। କର୍ମୀମାନେ ବାଇକ୍‌ ଏବଂ ଏକ ଖୋଲା ଜିପ୍‌ରେ ଦୁଇ ପ୍ରାର୍ଥୀ ପ୍ରଚାରକୁ ଜୋରଦାର କରିଥିଲେ। ମୋଦି ସରକାରଙ୍କ ଗ୍ୟାରେଣ୍ଟି ଏବଂ ଜନ କଲ୍ୟାଣମୂଳକ ଯୋଜନାର ନାରା ଦେଇ ଭୋଟରଙ୍କୁ ଭୋଟ୍‌ ଭିକ୍ଷା କରିଥିଲେ। ଭାଜପାର ଗଡ଼ କୁହାଯାଉଥିବା ଏହି ଜୋନକୁ ଗତ ପଞ୍ଚାୟତ ନିର୍ବାଚନରେ ବିଜେଡି ଦଖଲ କରିଥିଲା l ଏଠାରେ ମୁଖ୍ୟତଃ ବିଜେଡି ଏବଂ ଭାଜପା ମଧ୍ୟରେ ପ୍ରତିଦ୍ବନ୍ଦ୍ୱିତା ଚାଲିଛି। ଜ୍ଞାନରଞ୍ଜନ ସାମନ୍ତସିଂହାର,ଟିକି କିସ୍କୁ, ବିବେକାନନ୍ଦ ରାଉତ,ହରମୋହନ ଶାସିନୀ, ରାଜୁ ପ୍ରଧାନ, ନାରଣ ସାମଲ, ତୃପ୍ତିମୟୀ ଜେନା,ସୁଶାନ୍ତ ଜେନା, ପ୍ରେମାନନ୍ଦ ମିଶ୍ର, ସୁନୀଲ ନାୟକ, କନକ ଜେନା, ଜଗା ଦେବତା, ଶଶିକାନ୍ତ ରାଉତ, ସୁରେଶ ଓଝାଙ୍କ ସମେତ ବହୁ ସଂଖ୍ୟାରେ କର୍ମୀ, ସମର୍ଥକ ଉପସ୍ଥିତ ଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share