Advertisement

ପରୀକ୍ଷାର ଦେଢ଼ ଘଣ୍ଟା ପୂର୍ବରୁ ହଲ୍‌କୁ ପ୍ରବେଶ କରିବେ ପରୀକ୍ଷାର୍ଥୀ: ମାଧ୍ୟମିକ ଶିକ୍ଷା ପରିଷଦ

କଟକ,୩ା୨(କାର୍ତ୍ତିକ ସାହୁ): ଫେବୃଆରୀ ୨୦ରୁ ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା। ଉକ୍ତ ପରୀକ୍ଷାକୁ ସୁବ୍ୟବସ୍ଥିତ କରିବା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟକ୍ରମ ଜାରି ରଖିଛି। କପି ରୋକିବା ଲାଗି ନୂଆ ଫର୍ମୂଲା ଆପଣାଇଛି ବୋର୍ଡ। ଏଣିକି ପରୀକ୍ଷା ପାଇଁ ଧାର୍ଯ୍ୟ ସମୟର ଦେଢ଼ ଘଣ୍ଟା ପୂର୍ବରୁ ପରୀକ୍ଷା ହଲ୍‌କୁ ପରୀକ୍ଷାର୍ଥୀମାନେ ପ୍ରବେଶ କରିବେ। ସକାଳ ୯ ଟାରେ ପରୀକ୍ଷା ଥିବା ବେଳେ ସାଢ଼େ ୭ରେ ପରୀକ୍ଷା କେନ୍ଦ୍ରକୁ ପିଲାଙ୍କୁ ଛଡ଼ାଯିବ ଏବଂ ୮ଟା ୧୫ ମିନିଟ୍‌ ପରେ ଆଉ କାହାକୁ ହଲ୍‌ ଭିତରକୁ ପ୍ରବେଶ ଅନୁମତି ମିଳିବ ନାହିଁ ବୋଲି ଶନିବାର ମାଧ୍ୟମିକ ଶିକ୍ଷା ପରିଷଦ ଉପସଭାପତି ନିହାର ରଞ୍ଜନ ମହାନ୍ତି କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share