ଅବହେଳିତ ଅବସ୍ଥାରେ ବିଡ଼ି ଶ୍ରମିକ

ବ୍ରହ୍ମବରଦା,୫ା୧(ଯଯାତି କେଶରୀ ବେହେରା):ରସୁଲପୁର ବ୍ଲକ୍‌ ଅନ୍ତର୍ଗତ ବ୍ରହ୍ମବରଦା ପଞ୍ଚାୟତରେ ଥିବା ବିଡ଼ି ଶ୍ରମିକମାନେ ଅବହେଳିତ ଅବସ୍ଥାରେ ରହିଥିବା ଅଭିଯୋଗ କରିଛନ୍ତି। ପରିବାର ପ୍ରତିପୋଷଣ ପାଇଁ ବିଡ଼ି ନିର୍ମାଣକୁ ସେମାନେ ବେଉଷା ଭାବେ ବାଛିନେଇ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଦୈନକ ୧ହଜାର ବିଡ଼ି ବାନ୍ଧିଲେ ୧୪୦ଟଙ୍କା ମୁଜୁରି ମିଳୁଛି। ହେଲେ ଏତିକରେ ପରିବାର ଚଳାଇବା ସେମାନଙ୍କ ପାଇଁ କଷ୍ଟକର ହୋଇପଡ଼ିଛି। ବ୍ରହ୍ମବରଦାଠାରେ ୭ ବିଡ଼ି ତିଆରି କାରଖାନା ରହିଥିବାବେଳେ କିଛି ସ୍ତ୍ରୀ ଲୋକ ସାମଗ୍ରୀ ନେଇ ଘରେ ବଡ଼ି ତିଆରି କରି କାରଖାନାକୁ ପଠାଉଛନ୍ତି। ବିଡ଼ି ତିଆରି କରୁଥିବା ଅଧିକାଂଶ ଶ୍ରମିକ କେନ୍ଦୁପତ୍ର ଏବଂ ଦୋକ୍ତା ଗ୍ୟାସରେ ପେଟ ରୋଗ, ଯଷ୍ମା, ଆଖି, ଶ୍ୱାସ, ସ୍ନାୟୁବିକ ଏବଂ ମେରୁଦଣ୍ଡ ଜନିତ ରୋଗରେ ଆକ୍ରାନ୍ତ ହୋଇ କମ୍‌ ବୟସରେ ମୃତ୍ୟୁ ମୁଖରେ ପଡୁଛନ୍ତି।
କେନ୍ଦ୍ର ସରକାରଙ୍କ ତରଫରୁ ବିଡ଼ି ଶ୍ରମିକଙ୍କ ଚିକିତ୍ସା ନିମନ୍ତେ ଯାଜପୁର ଜିଲାରେ ୨ ଚିକିତ୍ସା କେନ୍ଦ୍ରରହିଛି। ସେଥିମଧ୍ୟରୁ ଗୋଟିଏ ଦଶରଥପୁର ଏବଂ ଅନ୍ୟଟି ବ୍ରହ୍ମବରଦାଠାରେ ଅବସ୍ଥିତ। ବ୍ରହ୍ମବରଦା ଚିକିତ୍ସାକେନ୍ଦ୍ର ଉପରେ ଆଖପାଖର ୨୦ରୁ ଊର୍ଦ୍ଧ୍ୱ ପଞ୍ଚାୟତର ବିଡ଼ି ଶ୍ରମିକ ନିର୍ଭର କରିଥାନ୍ତି। କିନ୍ତୁ ଦୁର୍ଭାଗ୍ୟର ବିଷୟ ଉକ୍ତ ଚିକିତ୍ସାକେନ୍ଦ୍ରରେ ସ୍ଥାୟୀଡାକ୍ତର, ଫାର୍ମାସିଷ୍ଟ ନାହାନ୍ତି। ସେହିପରି ଆବଶ୍ୟକ ଯନ୍ତ୍ରପାତି ଓ ଔଷଧ ମଧ୍ୟନାହିଁ। ଜଣେ ଏଏନ୍‌ଏମ ଏବଂ ଜେଣେ ଡ୍ରେସରଙ୍କ ଦ୍ୱାରା ସ୍ବାସ୍ଥ୍ୟକେନ୍ଦ୍ର ପରିଚାଳିତ ହେଉଛି।
ରାଜ୍ୟ ସରକାର କେନ୍ଦୁପତ୍ର ତୋଳାଳିଙ୍କୁ ବିଭିନ୍ନ ଯୋଜନାରେ ସହାୟତା ଦେଉଛନ୍ତି। ହେଲେ କେନ୍ଦୁ ପତ୍ରରୁ ବିଡ଼ି ତିଆରି କରୁଥିବା ଶ୍ରମିକମାନେ ଦୟନୀୟ ଅବସ୍ଥାରେ ଜୀବନ ବିତାଇବାକୁ ବାଧ୍ୟ ହେଉଛନ୍ତି। କେନ୍ଦ୍ର ସରକାରଙ୍କୁ ପକ୍ଷରୁ ବିଡ଼ି ଶ୍ରମିକଙ୍କ ପିଲାଙ୍କୁ ଶିକ୍ଷାରେ ଅଗ୍ରଗତି ନିମନ୍ତେ ଯେଉଁ ପ୍ରୋତ୍ସହନ ରାଶି ମିଲୁଥିଲା, ତାହା ଅନଲାଇନ ହେବା ଫଳରେ ଅନେକ ପିଲା ଏହି ରାଶି ପାଇଁ ଆବେଦନ କରିବାରୁ ବଞ୍ଚିତ ହେଉଛନ୍ତି। ବର୍ଷକୁ ଥରେ ତୀର୍ଥ ସ୍ଥାନ ଭ୍ରମଣ ପାଇଁ ସହାୟତା ରାଶି ମିଲୁଥିବାବେଳେ ଏବେ ତାହା ବନ୍ଦ ହୋଇଯାଛି। କେନ୍ଦ୍ର ସରକାରଙ୍କ ତରଫରୁ ପୁରୀଠାରେ ଥିବା ହୋଲିଡେ ହୋମକୁ ମଧ୍ୟ ବନ୍ଦ କରାଯାଇଛି। ଶ୍ରମିକମାନେ ୬୦ବର୍ଷ ପରେ କାର୍ଯ୍ୟରୁ ଅବ୍ୟାହତ ନେବାପରେ ସରକାରଙ୍କ ତରଫରୁ ଯେଉଁ ପେନସନ୍‌ ମିଳୁଛି ତାହା ସମୁଦ୍ରକୁ ଶଙ୍ଖେ ବୋଲି ଅନେକ ଶ୍ରମିକ କହିଛନ୍ତି। ତେଣୁ ସର୍ବନିମ୍ନ ପେନସନ୍‌ ୯ହଜାର ଟଙ୍କା କରିବା ପାଇଁ ସରକାରଙ୍କ ନିକଟରେ ୧୦ ବର୍ଷ ହେବ ସଂଘ ମାଧ୍ୟମରେ ଶ୍ରମିକମାନେ ଦାବି ଜଣାଇ ଆସୁଛନ୍ତି। ହେଲେ ତାହା ପୂରଣ ହେଉ ନ ଥିବାରୁ ଶ୍ରମିକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ତେଣୁ ପେନସନ୍‌ ଓ ମଜୁରୀ ବୃଦ୍ଧି କରିବା ସହ ସ୍ଥାୟୀ ଚିକିତ୍ସକ, ଅବଶ୍ୟକ କର୍ମଚାରୀ ନିଯୁକ୍ତି କରିବାକୁ ବ୍ରହ୍ମବରଦା ଆଞ୍ଚଳିକ ବିଡ଼ି ଶ୍ରମିକ ସଂଘ ସଭାପତି ପ୍ରଦୀପ ଦାସ, ସମ୍ପାଦକ ସୁରେନ୍ଦ୍ର ଦାସ, ବିଡ଼ି ଶ୍ରମିକ ଉଦୟ ବେହେରା, ବୈଷ୍ଣବ ବେହେରା, ହରହର ମଣ୍ଡଳ, ଦଇତାରୀ ଗିରି ଓ ବିଜୟ ମଣ୍ଡଳ ପ୍ରମୁଖ ଦାବି କରିଛନ୍ତି। ସରକାର ଏଥିପ୍ରତି ଦୃଷ୍ଟି ନ ଦେଲେ ଆଗାମୀ ଦିନରେ ଜିଲାରେ କାର୍ଯ୍ୟକରୁଥିବା ବିଡ଼ି ଶ୍ରମିକମାନେ ରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି କୋଇଡ଼ା ଅଞ୍ଚଳରେ ସକ୍ରିୟ ହେଲେ ମାଓବାଦୀ, ପୋଷ୍ଟରରେ ଲେଖିଲେ…

ଟେନ୍‌ସା,୨୦ା୯(ସମୀର କୁମାର ପାଢ଼ୀ): ଝାଡ଼ଖଣ୍ଡ ଓ ଓଡ଼ିଶା ସୀମାନ୍ତବର୍ତ୍ତୀ ଅଞ୍ଚଳ କୋଇଡ଼ା ବ୍ଲକର କେ.ବଳାଙ୍ଗ ଥାନା ଅନ୍ତର୍ଗତ ରେଞ୍ଜରା ରେଲଓ୍ବେ ସାଇଡିଂରେ ମାଓବାଦୀ ପୁଣି ସକ୍ରିୟ...

ପୁଣି ମିଳିଲା ହାତୀର ମୃତ ଦେହ : ଶିମିଳିପାଳରେ…

ବାରିପଦା,୨୦।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଉତ୍ତର ଡିଭିଜନ ତାଳବନ୍ଧ ରେଞ୍ଜ ବାଲିଆଢିପା ଜଙ୍ଗଲରେ ଏକ ହାତୀର ମୃତ...

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ପୂର୍ବରୁ ଯୁବ କଂଗ୍ରେସ କର୍ମୀଙ୍କୁ ଉଠାଇନେଲା ପୋଲିସ

କେନ୍ଦୁଝର,୨୦ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ କେନ୍ଦୁଝର ଗସ୍ତ ପୂର୍ବରୁ ପୋଲିସ କଂଗ୍ରେସ କର୍ମୀଙ୍କୁ ଥାନାକୁ ଉଠାଇନେଇଛି। କର୍ମୀମାନେ କଳା ଡ୍ରେସ୍‌ ପିନ୍ଧି ବିକ୍ଷୋଭ...

ହଇଜାରେ ଚାଲିଗଲା ୨ ଜୀବନ, ୩୦ରୁ ଊର୍ଦ୍ଧ୍ୱ ଡାକ୍ତରଖାନାରେ ଭର୍ତ୍ତି

ବାରିପଦା,୨୦ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଗୁଡିଆଲବନ୍ଧ ପଞ୍ଚାୟତ ଆଲବନ୍ଧ ଗ୍ରାମ ବାଥୁଡ଼ିସାହିରେ ହଇଜା ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଏକ...

କେନ୍ଦୁଝରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

କେନ୍ଦୁଝର (ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ପୂର୍ବାହ୍ନ ପ୍ରାୟ ୧୧ଟାରେ କେନ୍ଦୁଝରରେ ପହଞ୍ଚିଛନ୍ତି। ରାଇସୁଆଁ ଏୟାରଷ୍ଟ୍ରିପରେ ଓହ୍ଲାଇ ରାସ୍ତା ପଥରେ ସିଧାସଳଖ...

ହାତୀ ଘଉଡ଼ାଇବାକୁ ଯାଇ ଆକ୍ରମଣର ଶିକାର ହେଲେ ବନ କର୍ମଚାରୀ

ଅନୁଗୋଳ,୨୦ା୯: ହାତୀ ଘଉଡ଼ାଇବାକୁ ଯାଇଥିବା ବନ କର୍ମଚାରୀଙ୍କୁ ଆକ୍ରମଣ ହୋଇଛି। ମହୀଧରପୁର ଫାଣ୍ଡି ଫୁଲପଡ଼ା ଗାଁରେ ବନ କର୍ମଚାରୀଙ୍କୁ  ଜଣେ ବ୍ୟକ୍ତି ଆକ୍ରମଣ କରିଛନ୍ତି। ତେବେ...

ଶୌଚ ହେବାକୁ ଯାଇ ଚାଲିଗଲା ବୃଦ୍ଧଙ୍କ ଜୀବନ

ବରୀ,୨୦।୯(ମହେନ୍ଦ୍ର ସ୍ବାଇଁ): ଯାଜପୁର ଜିଲା ବରୀ ରାମଚନ୍ଦ୍ରପୁର ଥାନା ଅଧିନସ୍ଥ ଧାରପୁର ପଂଚାୟତ ନାଥପୁର ଗ୍ରାମର ଅବନୀ ଜେନା (୬୩) ବର୍ଷ ସ୍ଥାନୀୟ ଅମୃତ ସରୋବରକୁ...

ଶିକ୍ଷକ ସଂଘରେ ଫାଟ: ରାଜ୍ୟ କାର୍ଯ୍ୟକାରିଣୀ ବୈଠକକୁ ବିରୋଧ କଲେ ଗୋଟିଏ ଗୋଷ୍ଠୀ

ଭଦ୍ରକ, ୨୦।୯(ସନାତନ ରାଉତ): ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘରେ ଫାଟ। ସଂଘ ପକ୍ଷରୁ ଶୁକ୍ରବାର ନୂତନ ଜାତୀୟ ଶିକ୍ଷାନୀତି ସମ୍ବନ୍ଧରେ ଆଲୋଚନା ଚକ୍ର ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri