ଗଞ୍ଜେଇ ସହ ଧରାପଡ଼ିଲେ ବ୍ୟବସାୟୀ

ବାରିପଦା ଅଫିସ,୭ା୧୦: ମୟୂରଭଞ୍ଜ ଜିଲା ବାରିପଦା ସହର ଅଧୀନ ୧୫ନଂ.ୱାର୍ଡ ପୂର୍ଣ୍ଣଚନ୍ଦ୍ରପୁର ଅଞ୍ଚଳରୁ ଜଣେ ଗଞ୍ଜେଇ ବ୍ୟବସାୟୀଙ୍କୁ ଅବକାରୀ ବିଭାଗ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଜଣକ ହେଲେ ବିଜୟ ରାଉତ(୪୭)। ତାଙ୍କଠାରୁ ୧ କେ.ଜି.୬୫୦ ଗ୍ରାମ ଗଞ୍ଜେଇ ଜବତ ହୋଇଛି। ଅବକାରୀ ଅଧୀକ୍ଷକ ପ୍ରଶାନ୍ତ କୁମାର କହଁରଙ୍କ ନିର୍ଦ୍ଦେଶ କ୍ରମେ ବାରିପଦା ସଦର ଅବକାରୀ ସବ୍‌ଇନ୍ସପେକ୍ଟର ବିଶ୍ୱଜିତ ଦାଶ କର୍ମଚାରୀଙ୍କ ସହ ଚଢ଼ାଉ କରି ଗଞ୍ଜେଇ ଜବତ କରିଥିଲେ। ଚଢ଼ାଉରେ ଏଏସ୍‌ଆଇ କ୍ଷୀରୋଦ ପାତ୍ର, ଏକ୍ସାଇଜ କନଷ୍ଟେବଲ ହେମନ୍ତ କୁମାର ପାତ୍ର, ବିଶ୍ୱଜିତ ବେହେରା, ଅରୁଣରାଜ ତରେଇ, ମହିଳା କନଷ୍ଟେବଲ ପ୍ରଭାତୀ ମଲ୍ଲ ପ୍ରମୁଖ ସାମିଲ ଥିଲେ।

Share