ଗଞ୍ଜେଇ ମାଫିଆ ଗିରଫ, ୩ଲକ୍ଷ ୩୦ ହଜାର ଜବତ

ଜୟପୁର, ୧୪।୧୧ (ଡି.ଏନ୍‌.ଏ.)
କୋରାପୁଟ ଜିଲା ଜୟପୁର ସଦର ଥାନା ପୋଲିସ ଶୁକ୍ରବାର ବିଳମ୍ବିତ ରାତିରେ ଗଞ୍ଜେଇ ମାଫିଆ ଇମ୍ରାନ ଖାଁ ଓରଫ ରାଜା(୨୪)ଙ୍କୁ ବୋରିଗୁମ୍ମା ଥାନା ଅଧୀନ କୁନ୍ଦରୀଗୁଡା ଗ୍ରାମରୁ ଗିରଫ କରିଛି। ତାଙ୍କ ନିକଟରୁ ୩ଲକ୍ଷ ୩୦ ହଜାର ଟଙ୍କା, ୩ଟି ମୋବାଇଲ ଜବତ କରାଯାଇଛି। ଇମ୍ରାନଙ୍କ ନାମରେ ଜିଲାର ଏକାଧିକ ଥାନାରେ ୧୦ରୁ ଅଧିକ ଲୁଟ୍‌, ଡକାୟତି, ଗଞ୍ଜେଇ ଚାଲାଣ ଭଳି ମାମଲା ରହିଛି। ପୋଲିସ ତାଙ୍କୁ ଖୋଜୁଥିବା ବେଳେ ସେ ଫେରାର ରହିଥିଲେ।

Share