୨ ବାଇକ୍‌ ସହ କ୍ୱିଣ୍ଟାଲରୁ ଊର୍ଦ୍ଧ୍ୱ ଗଞ୍ଜେଇ ଜବତ କଲା ପୋଲିସ, ୩ ଗିରଫ

ବ୍ରହ୍ମପୁର,୨ା୩(ସୁବାସ ଚନ୍ଦ୍ର ପାଢ଼ୀ): ରବିବାର ଅବକାରୀ ଭ୍ରାମ୍ୟମାଣ ସଂସ୍ଥା ପକ୍ଷରୁ ବ୍ରହ୍ମପୁର ରେଳଷ୍ଟେଶନ ନିକଟ ନେହେରୁ ପାର୍କ କଡ଼ରୁ ୩ ଯୁବକଙ୍କୁ ଅଟକାଇ ସେମାନଙ୍କ ନିକଟରେ ଥିବା ଏୟାର ବ୍ୟାଗଗୁଡ଼ିକ ଯାଞ୍ଚ ବେଳେ ସେଥିରୁ ୧୧୦କେଜି ଗଞ୍ଜେଇ ଜବତ କରାଯାଇଛି। ଗିରଫ ଯୁବକମାନେ ହେଲେ ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ କିଡାସିଂ ଗ୍ରାମର ରାମଚନ୍ଦ୍ର ଗୌଡ଼ (୨୮), ଶ୍ରୀଶାନ୍ତ ଗୌଡ଼(୨୪) ଓ ଗଞ୍ଜାମ ଜିଲା କେ. ନୂଆଗାଁ ଥାନା ଅଞ୍ଚଳର କକୁଳୁ ନାୟକ(୨୪)। ଗଞ୍ଜେଇ ଚାଲାଣରେ ବ୍ୟବହୃତ ଦୁଇଟି ବାଇକ ଓ ତିନୋଟି ମୋବାଇଲ ମଧ୍ୟ ଜବତ କରାଯାଇଛି। ଜବତ ଗଞ୍ଜେଇ, ବାଇକ୍‌ର ମୂଲ୍ୟ ୧୩ ଲକ୍ଷ ହେବ ବୋଲି ଟିମ୍‌ ପକ୍ଷରୁ ସୂଚନା ଦିଆଯାଇଛି। ବ୍ରହ୍ମପୁର ରେଳଷ୍ଟେଶନକୁ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ବିଭଗୀୟ ଅଧୀକ୍ଷକ ପ୍ରବୀଣ କୁମାର ପ୍ରଧାନଙ୍କ ନିର୍ଦ୍ଦେଶରେ ଏକ ଟିମ୍‌ ଗଠନ ହୋଇଥିଲା। ଉପଅଧୀକ୍ଷକ କୁମୁଦ ରଞ୍ଜନ କହଁର, ଇନ୍ସପେକ୍ଟର ମନୀଷା ଭୋଳ, ବି.ମନୋଜ କୁମାର, ଏସ୍‌ଆଇ ଏଭୁବନି ବେହେରା, କନଷ୍ଟେବଳ ଡି. ହରିବନ୍ଧୁ, ସୁଧାକର ଶବର, କୃଷ୍ଣ ଗୌଡ଼, ଅନିଲ ବେହେରା, କେ . ଗୋପାଳ ରେଡ୍ଡୀ, ସୌମ୍ୟ ରଞ୍ଜନ ଜେନା ପ୍ରମୁଖ ଉକ୍ତ ଚଢ଼ାଉରେ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାସ୍କେଟ ବଲ କ୍ରୀଡ଼ା ଉତ୍ସବ: ସାମିଲ ହେଲେ ୧୨ ବିଦ୍ୟାଳୟ

ସମ୍ବଲପୁର,୨୫ା୪(ବି.ଶଙ୍କର): ଭୁବନେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନର ସମ୍ଭାଗସ୍ତରୀୟ ତିନିଦିନିଆ ବାସ୍କେଟ୍‌ ବଲ କ୍ରୀଡ଼ା ଉତ୍ସବ ସମ୍ବଲପୁରସ୍ଥିତ ପିଏମ୍‌ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ ଶୁକ୍ରବାର ଶୁଭାରମ୍ଭ ହୋଇଯାଇଛି।...

ମହୁଲଫୁଲ ୪୭ ଟଙ୍କାରୁ କମ୍‌ରେ କିଣିଲେ ହେବ ଲାଇସେନ୍ସ ରଦ୍ଦ

ନୂଆପଡ଼ା,୨୫ା୪ (ମକାରୁ ବେମାଲ): ଆଦିବାସୀ ଅଧ୍ୟୁଷିତ ନୂଆପଡ଼ା ଜିଲାରେ ୫୦ ପ୍ରତିଶତ ଲୋକ ଲଘୁବନଜାତ ଦ୍ରବ୍ୟ ଉପରେ ନିର୍ଭର କରି ଜୀବିକା ନିର୍ବାହ କରନ୍ତି ା...

ବସିବାକୁ କେନ୍ଦ୍ର କରି ହଟ୍ଟଗୋଳ: ବିକଶିତ ଗାଁ ବିକଶିତ ଓଡ଼ିଶା ବୈଠକ ବନ୍ଦ

କାଳିପଦା,୨୫।୪(ରାଜଶ୍ରୀ ପାଣିଗ୍ରାହୀ)-ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ସଭା ଗୃହ ପରିସରରେ ଶୁକ୍ରବାର ପୂର୍ବାହ୍ନରେ ବିକଶିତ ଗାଁ ବିକାଶିତ ଓଡ଼ିଶା କାର୍ଯ୍ୟକ୍ରମ ଲାଗି ବୈଠକ ଆୟୋଜନ କରାଯାଇଥିଲା।...

ପହଲଗାମ ଆଟାକ୍‌ବେଳେ ସେଠାରେ କାହିଁକି ନ ଥିଲେ ସେନା? ସାମ୍ନାକୁ ଆସିଲା ସତ

ନୂଆଦିଲ୍ଲୀ,୨୫।୪: କେନ୍ଦ୍ର ସରକାର ଜମ୍ମୁ ଏବଂ କଶ୍ମୀରର ପହଲଗାମର ବୈସାରନ ଘାଟିରେ ମଙ୍ଗଳବାର (୨୨ ଏପ୍ରିଲ) ହୋଇଥିବା ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ଦିଲ୍ଲୀରେ ଏକ ସର୍ବଦଳୀୟ...

ବଳାତ୍କାରୀଙ୍କୁ ୨୦ ବର୍ଷ ଜେଲ

ବ୍ରହ୍ମପୁର,୨୫ା୪(ସୁବାସ ଚନ୍ଦ୍ର ପାଢ଼ୀ):ବ୍ରହ୍ମପୁର ସ୍ବତନ୍ତ୍ର ପୋକ୍‌ସୋ କୋର୍ଟ ଜଜ୍‌ ପ୍ରଣତି ପଟ୍ଟନାୟକ ଶୁକ୍ରବାର ଏକ ନାବାଳିକା ବଳାତ୍କାର ମାମଲାର ୫ ମାସ ୨୦ ଦିନରେ ଚୂଡ଼ାନ୍ତ...

ହିନ୍ଦୁ ପର୍ଯ୍ୟଟକଙ୍କୁ ହତ୍ୟା ଘଟଣା: କାର୍ଯ୍ୟାନୁଷ୍ଠାନ ଦାବି କଲା ବିଭିନ୍ନ ସଙ୍ଗଠନ

ବଡ଼ଗାଁ,୨୫।୪(ଅଶୋକ ଷଡ଼ଙ୍ଗୀ): କଶ୍ମୀରର ପହଲଗାମ୍‌ରେ ହିନ୍ଦୁ ପର୍ଯ୍ୟଟକଙ୍କୁ ହତ୍ୟା ଘଟଣାକୁ ନେଇ ସୁନ୍ଦରଗଡ ଜିଲା ବଡ଼ଗାଁ ବ୍ଲକର ବିଭିନ୍ନ ସଙ୍ଗଠନ ପକ୍ଷରୁ କ୍ଷୋଭ ପ୍ରକାଶ ପାଇଛି।...

ଭାରତର ଏହି ବନ୍ଧୁ ରାଷ୍ଟ୍ର ପାକିସ୍ତାନକୁ ଦେଲା ପାନେ, ଟେଶନରେ ପାକ୍‌

ନୂଆଦିଲ୍ଲୀ,୨୫।୪: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କ ଉତ୍ତେଜନାପୂର୍ଣ୍ଣ ରହିଛି। ଆମେରିକା, ଋଷିଆ ସମେତ ବିଶ୍ୱର ଅଧିକାଂଶ ଦେଶ ଏହି...

ତାର ଉପରେ ଗଛ ପଡ଼ି ବିଦ୍ୟୁତ୍‌ ସରବରାହ ବନ୍ଦ

ଖଜୁରିପଡ଼ା,୨୫ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଡଲାବାଲି ଛକ ଖେଳପଡିଆଠାରେ ବିଦ୍ୟୁତ୍‌ ତାର ଉପରେ ଗୁରୁବାର ଗଛ ପଡ଼ି ଯିବାରୁ ଦୀର୍ଘ ୯ ଘଣ୍ଟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image